Odisha Link
Bridging the Missing Links in Odisha

ଜେଲରୁ ଚମ୍ପଟ୍‌ ମାରିଲା କଏଦୀ

ନୟାଗଡ଼ : ନୟାଗଡ଼ ଜେଲରୁ ଚମ୍ପଟ୍‌ ମାରିଲେ ବିଚାରାଧୀନ କଏଦୀ। ଏହି ଘଟଣା ଘଟିଛି ନୟାଗଡ଼ ସବ୍ ଜେଲରେ। ଫେରାର ହୋଇଥିବା କଏଦୀ ଜଣଙ୍କ ହେଲେ ହିମାଂଶୁ ନାୟକ।
ମିଳିଥିବା ସୂଚନା ଅନୁସାରେ, ଗତ ୭ ତାରିଖରେ ଏକ ଡକାୟତି ମାମଲାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିଲା। ତେବେ ସେ ରବିବାର ଜେଲରୁ ଖସି ପଳାଇଥିବା ଜେଲ ଅଧୀକ୍ଷକ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଓ ଏହାସହ ଘଟଣାର ତଦନ୍ତ କରୁଛି।

Comments are closed.