Odisha Link
Bridging the Missing Links in Odisha

ବିଶ୍ବ ବନ୍ଧୁତା ଦିବସରେ ବୃକ୍ଷ ସହ ବନ୍ଧୁତା

ଭୁବନେଶ୍ବର : ବିଶ୍ବ ବନ୍ଧୁତା ଦିବସ ଅବସରରେ ଭିନ୍ନ ଏକ ପ୍ରୟାସ। ଏହି ବନ୍ଧୁତାକୁ ଦେଶ ବ୍ୟାପି ପାଳନ କରାଯାଉଥିବା ବେଳେ କିଏ ବନ୍ଧୁ ମିଳନ ତ ଆଉ କିଏ ବନ୍ଧୁ ମାନଙ୍କ ସହ ବଣଭୋଜି କରି ପାଳନ କରିଥାନ୍ତି। କିନ୍ତୁ ଏହି ବନ୍ଧୁତା ଦିବସକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଭାରତ ବିକାଶ ପରିଶଦ ଓ ବାଣୀବିହାର ଶାଖାର ସଦସ୍ୟ ମାନେ। କୁନି କୁନି ପିଲାଙ୍କଦ୍ବାରା ବୃକ୍ଷ ରୋପଣ କରି ଏହି ବନ୍ଧୁତା ଦିବସକୁ ପାନଳ କରିଛନ୍ତି ସେମାନେ। ଯାହା ସୃଷ୍ଟି କରିଛି ଏକ ନିଆରା ଓ ନୂତନ ପରମ୍ପରା ।


କୋମଳମତି ପିଲାମାନେ ସେମାନଙ୍କର ପିତା ମାତା ଏବଂ ଶିକ୍ଷା ଦାତ୍ରୀମାନଙ୍କ ସହ ବୃକ୍ଷ ରୋପଣ କାର୍ଯ୍ୟରେ ସାମିଲ ହୋଇ ଚକିତ କରିଥିଲେ ସମସ୍ତଙ୍କୁ । ଭୁବନେଶ୍ବରର ପାତ୍ର ପଡ଼ା ସ୍ଥିତ ଭିଜନାରୀ ଇଣ୍ଟରନ୍ୟାସନାଲ ସ୍କୁଲରେ ବନ୍ଧୁତା ଦିବସ ପାଳନ ଅବସରରେ ଭାରତ ବିକାଶ ପରିଷଦ, ବାଣୀବିହାର ଶାଖା ଦ୍ବାରା ଏବଂ ଓମେଡ଼ୋ ଅନୁଷ୍ଠାନର ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ପ୍ରଥମେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ହାତରେ ବନ୍ଧୁତାର ଡ଼ୋର ପିନ୍ଧାଯିବା ସହ ନୃତ୍ୟଗୀତର ଆସର ଜମିଥିଲା। ପରେ ପରେ ଭାରତ ବିକାଶ ପରିଷଦର ଉପଦେଷ୍ଟା ଲକ୍ଷ୍ମଣ କୁମାର ମହାନ୍ତିଙ୍କ ନେତୃତ୍ବରେ ସର୍ବଶ୍ରୀ ମନୋରଞ୍ଜନ ମହାନ୍ତି, ସୁବ୍ରତ କୁମାର ମହାନ୍ତି, ଗୌରାଙ୍ଗ ଚରଣ ନାୟକ, ସୁବାଷ ଚନ୍ଦ୍ର ମହାନ୍ତି, ସୁଭଦ୍ରା ମିଶ୍ର, ନିରୁପମା ମହାପାତ୍ର ଓ ମାଧବୀ ଏବଂ ଓସେଡ଼ୋ ଅନୁଷ୍ଠାର ନିର୍ଦ୍ଦେଶିକା ରିଭା ମହାନ୍ତି ପ୍ରମୁଖ ବୃକ୍ଷ ଚାରା ସହ ଉପସ୍ଥିତ ରହି ଗାତ ଖୋଳି କୁନି କୁନି ପିଲାମାନଙ୍କ ଦ୍ବରା ତଥା ସେମାନ‌ଙ୍କ ପିତା ମାତା ଏବଂ ଶିକ୍ଷୟତ୍ର୍ରୀଙ୍କ ବିଦ୍ୟାଳୟ ପରିଶର ଏବଂ ଚତୁଃପାର୍ଶ୍ବରେ ବୃକ୍ଷ ରୋପଣ କରିଥିଲେ ଏବଂ ଭିଜନାରୀ ନିଣ୍ଟରନେସନାଲ ସ୍କୁଲର ଚେୟାରମ୍ୟାନ ଧିରେନ୍ଦ୍ର କୁମାର ରଥ ଏବଂ ଅଧ୍ୟକ୍ଷା ସୋନାଲି ପ୍ରିୟର୍ଦଶିନିଙ୍କ ତତ୍ତ୍ବାବଧାନରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିବା ସହିତ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅତି ସୁନ୍ଦର ଭାବରେ ପରିଚାଳିତ ହୋଇ ଯାଇଛି ।

Comments are closed.