Odisha Link
Bridging the Missing Links in Odisha

ରାଉରକେଲା ଆଇଜିଏଚ୍‌ରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଆଇଜିଏଚରେ ଅଗ୍ନିକାଣ୍ଡ ହୋଇଛି। ଦିନ ୨ଟା ୩୦ ମିନିଟରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଆରଏସପିର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଓଜି ଓ୍ବାର୍ଡର ଏସିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ଫଳରେ ହସସ୍ପିଟାଲରେ ରୋଗୀମାନଙ୍କ ମଧ୍ୟ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ରୋଗୀମାନଙ୍କୁ ନିକଟସ୍ଥ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। କେଉଁ ପରିସ୍ଥିତିରେ ସର୍ଟ ସର୍କିଟ୍ ହେଲା ତାର ତଦନ୍ତ ଆରମ୍ଭ ହୋଇଛି ।

Comments are closed.