Odisha Link
Bridging the Missing Links in Odisha

ଏଥର ଲୋୟର ପିଏମଜି ବଦଳରେ ପ୍ରଦର୍ଶନୀ ପଡ଼ିଆରେ ହେବ ପରେଡ୍

ଭୁବନେଶ୍ବର : ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପରେଡ୍ । ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ପାଳନ କରିବା ନେଇ ନିଷ୍ପତ୍ତି ହୋଇଛି । ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ତେବେ ପୁଲିସ୍ କର୍ମଚାରୀମାନେ ସାମରିକ କଳା କୌଶଳ ପ୍ରଦର୍ଶନ କରିବେ ।
ଏଥର ଛାତ୍ରଛାତ୍ରୀମାନେ ଦର୍ଶକ ହୋଇ ପରେଡ୍ କାର୍ଯ୍ୟକ୍ରମକୁ ଉପଯୋଗ କରିବେ । ତେବେ ପୂର୍ବରୁ ଭୁବନେଶ୍ୱର ଲୋୟର ପିଏମଜିରେ ଏହି ପରେଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଯାହାକୁ ଏଥର ପରିବର୍ତ୍ତନ କରାଯାଇ ପ୍ରଦର୍ଶନୀ ପଡ଼ିଆ ରେ କରିବାକୁ ନିଷ୍ପତ୍ତି ହୋଇଛି ।

Comments are closed.