Odisha Link
Bridging the Missing Links in Odisha

୫ ବର୍ଷ ପରେ ଅପହୃତ ନାବାଳକ ଉଦ୍ଧାର

ରାଉରକେଲା : ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍‌କେଲାରେ ଘଟିଛି ଏଭଳି ଘଟଣ।
ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି ରଖିଥିଲେ। ଏହାସହ ବିଭିନ୍ନ ଘର କାମରେ ନିୟୋଜିତ କରୁଥିଲ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଗତକାଲି ନାବାଳକକୁ ଉଦ୍ଧାର କରିଥିଲା। ଗିରଫ୍ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଅପହରଣ ଏବଂ ଜୁଭେନାଇଲ୍ ଆକ୍ଟ ଭଳି ଦଫା ଲଗାଇଛି ପୁଲିସ୍। ତେବେ ନାବାଳକ ଜଣକ କିଏ ଏବଂ ତାଙ୍କ ଘର କେଉଁଠି ସେ ନେଇ ଖୋଳତାଡ଼ ଜାରି ରହିଛି।

Comments are closed.