Odisha Link
Bridging the Missing Links in Odisha

ଅକ୍ଟୋବରରେ କାଶ୍ମୀରରେ ହେବ ପୁଞ୍ଜିନିବେଶ ସମିତି

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜମ୍ମୁ ଓ କାଶ୍ମୀରରେ ହେବ ଇନ୍‌ଭେଷ୍ଟର୍ସ ସମିତି। ଆଗାମୀ ଅକ୍ଟୋବର ୧୨ରୁ ୧୪ ତାରିଖ ଯାଏଁ ତିନି ଦିନ ଧରି ଏହି ସମିତି ହେବ ବୋଲି ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ପ୍ରାଶାସନିକ କମିଟି (ଏସ୍‌ଏସି) ନିଷ୍ପତ୍ତି ନେଇଛି।

ଜେକେ ଇନଭେଷ୍ଟର୍ସ ସମିତି ୨୦୧୯ ନାମରେ ନାମିତ ଏହି ଉତ୍ସବର ଉଦ୍‌ଘାଟନୀ ପର୍ବ ଶ୍ରୀନଗରରେ ହେବାକୁ ସ୍ଥିର ହୋଇଥିବା ବେଳେ ଜମ୍ମୁରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ। କନଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ (ସିଆଇଆଇ) ଏହାର ଜାତୀୟ ସହଭାଗୀ ରହିଛି। ଜମ୍ମୁ ଓ କଶ୍ମୀର ଟ୍ରେଡ୍‌ ପ୍ରମୋସନ୍‌ ଅର୍ଗାନାିଜେସନ୍‌ (ଜେକେଟିପିଏ) ଏହି ସମିତି ଆୟୋଜନ କରୁଛି।

ପୂର୍ବରୁ ହରିଆଣା, ଗୁଜରାଟ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଆଦିରେ ଏଭଳି ସମିତି ଆୟୋଜନ ହୋଇଥିବା ବେଳେ କଶ୍ମୀର ପାଇଁ ଏହା ପ୍ରଥମ। ସମିତିରୁ କାଶ୍ମୀରକୁ ବାଣିଜ୍ୟିକ ଲାଭ ମିଳିବା ସହ ବାହାରୁ ପୁଞ୍ଜିନିବେଶ ହେବ।

Comments are closed.