Odisha Link
Bridging the Missing Links in Odisha

୨୨ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ସଚିବାଳୟରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସପ୍ତମ ପର୍ଯ୍ୟାୟରେ ମୋଟ୍ ୨୨ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏଥିପାଇଁ ମୋଟ୍ ୪ ହଜାର ୪୬୧ କୋଟି ଟଙ୍କା ନିବେଶ ହେବ । ୯ ହଜାର ୨୩୦ ଜଣଙ୍କୁ ନିଯୁକ୍ତିର ସୁଯୋଗ ମିଳିବ । ମେକ୍‌ ଇନ୍ ଓଡିଶାରେ ୨୦୨ଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା । ୪ ଲକ୍ଷ ୨୩ ହଜାର କୋଟିର ପୁଞ୍ଜି ନିବେଶ ଥିଲା । ସେଥିରେ ୫ ଲକ୍ଷ ୯୦ ହଜାର ନିଯୁକ୍ତି ସୁଯୋଗ ଥିଲା । ୬ ମାସ ମଧ୍ୟରେ ୬୧ ପ୍ରକଳ୍ପ ହୋଇଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ, ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.