Odisha Link
Bridging the Missing Links in Odisha

କମିଲା ରେପୋ ରେଟ୍, ଶସ୍ତା ହେବ ଗୃହଋଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍‌ କମାିଛି। ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୫ ବେସିସ୍ ପଏଣ୍ଟ ହ୍ରାସ ହୋଇଛି। ଫଳରେ ପୂର୍ବରୁ ଥିବା ରେପୋ ରେଟ୍‌ ୫.୭୫%ରୁ ଖସି ଆସି ୫.୪୦% ରହିଛି। ଏହାଦ୍ବାରା ଦେଶର ଜନସାଧାରଣ ବିଶେଷ ଉପକୃତ ହେବେ। ସେହିପରି ରିଭର୍ସ ରେପୋ ରେଟ୍ ୫.୧୫ ପ୍ରତିଶତ ରହିଛି।

ଆରବିଆଇ ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରିଥିବା ବେଳେ ଏବେ ଏହା ୬.୯ରେ ସୀମିତ ରଖିଛି ଆରବିଆଇ। ଆରବିଆଇର ଏହି ବୈଠକ ୫ ଅଗଷ୍ଟରୁ ଆରମ୍ଭ ହୋଇଥିଲା। ଆଜି ଥିଲା ଏହି ବୈଠକର ଅନ୍ତିମ ଦିନ। ୬ସଦସ୍ୟ ବିଶିଷ୍ଟ ଏହି ବୈଠକର ଅଧ୍ୟକ୍ଷତା କରୁଥିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଆରବିଆଇର ୬ ଦସଦ୍ୟ ବିଶିଷ୍ଟ ଏମପିସିର ୨ ଜଣ ସଦସ୍ୟ ଚେତନ ଘଟେ ଏବଂ ପାମୀ ଦୁଆ ରେପୋ ରେଟ୍‌ ୩୫ ବେସିସ୍‌ ପଏଣ୍ଟ ହ୍ରାସ ନିଷ୍ପତ୍ତିରେ ଅସହମତ ଥିଲେ। ସେମାନେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିବାକୁ ଚାହୁଁଥିଲେ। କିନ୍ତୁ ଅନ୍ୟ ୪ ସଦସ୍ୟ ରବୀନ୍ଦ୍ର ଢୋଲକିୟା, ଦେବବ୍ରତ ପାତ୍ର, ବିଭୂପ୍ରସାଦ ଏବଂ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ, ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।

Comments are closed.