ନଦୀ ପାର ହେଉଥିବା ବେଳେ ଭାସିଗଲେ ଦୁଇ ଯୁବକ

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଟୁଜେର ନଦୀରେ ଭାସି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ନଦୀପାର ହୋଇ ଯାଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ। ନିଖୋଜ ଯୁବକ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ବୋଲି ଜଣାପଡିଛି। ଘୁଷୁରି ଆଣିବାକୁ ନଦୀ ପାର ହୋଇ ଗାଁକୁ ଯାଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ରାୟଗଡାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନଦୀ ଜଳ ବିଭିନ୍ନ ତଳୁଆ ଅଞ୍ଚଳରେ ପଶିବା ଯୋଗୁଁ ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।