Odisha Link
Bridging the Missing Links in Odisha

ଓଡ଼ିଶା ଶିକ୍ଷା ସମ୍ମାନ: ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ବାଜିରାଓ ଆଇଏଏସ୍‌ ଏକାଡ଼େମୀ ସମ୍ମାନିତ

ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯ରେ ସମ୍ମାନିତ ହୋଇଛି ବାଜିରାଓ ଆଇଏଏସ୍‌ ଏକାଡ଼େମୀ। ଓଡ଼ିଶାର ଶ୍ରେଷ୍ଠ ଆଏସ୍‌ ଶିକ୍ଷା ଅନୁଷ୍ଠାନ ଭାବେ ଏହି ଅନୁଷ୍ଠାନକୁ ଚୟନ କରିଛନ୍ତି ସମ୍ମାନ ଚୟନ କମିଟି ସଦସ୍ୟ। ବାଜିରାଓ ଆଇଏଏସ୍‌ ଏକାଡ଼େମୀ ପକ୍ଷରୁ ପକ୍ଷରୁ ଏହାର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଓ ଜ୍ୟୋତି କୁମାରୀ ଉତ୍ସବରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ। ବାଜିରାଓ ଆଇଏଏସ୍ ଏକାଡେମୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(CEO) ଶୁଭ୍ରାଂଶୁ ଶେଖର ଓଝା ମଧ୍ୟ ଓଡ଼ିଶା ଶିକ୍ଷା ସମ୍ମାନ ସମାରୋହରେ ଉପସ୍ଥିତ ଥିଲେ। ସିଭିଲ ସର୍ଭିସ୍‌ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ବେଶ ପରିଚିତ ବାଜିରାଓ ଆଇଏଏସ୍‌ ଏକାଡ଼େମୀ।

ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଅଗଷ୍ଟ ୮ ତାରିଖ ସଂଧ୍ୟାରେ ‘ଓଡ଼ିଶା ଶିକ୍ଷା ସମ୍ମାନ’ (Odisha Education Award 2019) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଆଇସିଏଫ୍ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳାଧିପତି, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ତୁର୍କମେନିସ୍ଥାନର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପ୍ରଫେସର ରାମପାଳ ଯାଦବ ଏବଂ ଓଡ଼ିଶାର ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା କବି ଓ ଇତିହାସ ଗବେଷକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ବିର୍ଗରେ ରାଜ୍ୟର ୧୭ଟି ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରାଯାଇଛି। ଏ ଅବସରରେ ସମ୍ମାନ ବିଚାରକ ମଣ୍ଡଳୀ ସଦସ୍ୟ ପ୍ରଫେସର କୁମର ବର ଦାସ, ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଶ୍ରୀ ଶରତ କୁମାର ଦାଶ ଓ ଡ. ଆର୍ତତ୍ରାଣ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ବାଜିରାଓ ଆଏସ୍‌ ଏକାଡ଼େମୀ ବ୍ୟତୀତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ପୁରସ୍କାର ପାଇଥିବା ଅନ୍ୟ ଅନୁଷ୍ଠାନ ଗୁଡ଼ିକ ହେଲେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ କିସ୍‌ ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ମେଡ଼ିକାଲ ଭାବେ ହାଇଟେକ୍‌ ମେଡ଼ିକାଲ କଲେଜ, ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ସ୍କୁଲ ଭାବେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଶ୍ରେଷ୍ଠ ସିଭିଲ ସର୍ଭିସ୍‌ କୋଚିଙ୍ଗ ଭାବେ ଆପ୍ଟି ପ୍ଲସ୍, ଶ୍ରେଷ୍ଠ ସିବିଏସଇ ବିଦ୍ୟାଳୟ ଭାବେ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ, ଶ୍ରେଷ୍ଠ ବ୍ୟାକିଙ୍ଗ କୋଚିଂ ଭାବେ ମହେନ୍ଦ୍ରା, ଶ୍ରେଷ୍ଠ ଇଂଜିନିଅରିଂ କଲେଜ ଭାବେ ରାଜଧାନୀ ଇଜିନିୟରିଂ କଲେଜ, ଶ୍ରେଷ୍ଠ ହାୟର ସେକେଣ୍ଡାରୀ ସ୍କୁଲ ଭାବେ ଟେଟ୍ରାହେଡ୍ରନ କଲେଜ, ଶ୍ରେଷ୍ଠ ଅଣ୍ଡର ଗ୍ରାଜୁଏଟ କଲେଜ ଭାବେ ସୁବାସ ଏକାଡେମୀ, ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ଭାବେ ଡିଭାଇନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇନଜିନିୟରିଂ ଆଣ୍ଡ ଟେକନ୍ନୋଲୋଜି, ଶ୍ରେଷ୍ଠ ମେଡ଼ିକାଲ କୋଚିଙ୍ଗ ଭାବେ ଆକାଶ ଇନଷ୍ଟିଚ୍ୟୁଟ, ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ଭାବେ ବିଆଇଆଇଟିମ୍‌, ଶ୍ରେଷ୍ଠ ଫାୟାର ସେଫ୍ଟି ଇନଷ୍ଟିଚ୍ୟୁଟ ଭାବେ ଏନ୍ଆଇଏଫ୍‌ଏସ୍, ଶ୍ରେଷ୍ଠ ଏମର୍ଜିଂ କଲେଜ ଭାବେ ଢେଙ୍କାନାଳ ଏକାଡ଼େମୀ, ଶ୍ରେଷ୍ଠ ପ୍ରଫେସନାଲ କଲେଜ ଭାବେ କ୍ରିଏଟିଭ୍‌ ଟେକ୍ନୋ କଲେଜ ଓ ଶ୍ରେଷ୍ଠ ପ୍ରି-ସ୍କୁଲ ଭାବେ କ୍ୟୁଟି କିଡସ୍‌ ପ୍ରମୁଖ ସମ୍ମାନିତ ହୋଇଛନ୍ତି।

ଭବିଷ୍ୟତ ନାଗରିକ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବା ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏ ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ଓଡିଆ ମିଡିଆର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଭିନ୍ନ ବର୍ଗରେ ପ୍ରାୟ ୧୬୦ଟି ଅନୁଷ୍ଠାନ ଠାରୁ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ପ୍ରତି ବର୍ଗରେ ଗୋଟିଏ ମାତ୍ର ଅନୁଷ୍ଠାନକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ପୁରସ୍କୃତ କରାଯାଇଛି। ଉତ୍ସବ ପୂର୍ବରୁ ସତ୍ୟ-ସତ୍ୟବ୍ରତ ଯୋଡ଼ି ଓ ପ୍ରେମକୁମାର-ଦୀପ୍ତି ଯୋଡ଼ିଙ୍କ ଦ୍ବାରା ବ୍ୟଙ୍ଗ ଆସର ଅନୁଷ୍ଠିତ ହୋଇଥିଲା। ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମାଭୁରୁ ମଞ୍ଚ ପରିଚାଳନା କରିଥିଲେ। ଗିରୀଶ ରଂଜନ, ରଜନୀକାନ୍ତ ତରାଇ, ଆଶିଷ କୁମାର ରଥ, ପ୍ରଦ୍ୟୁମ୍ନ ମହାପାତ୍ର, ମିଲନ ପ୍ରଧାନ, ଜିତେନ୍ଦ୍ର ଜେନା, ଶୁଭଲକ୍ଷ୍ମୀ ମହାନ୍ତି ଓ ବୀରେନ୍‌ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.