କାଉଡ଼ିଆଙ୍କ ଗୋଡ଼ରେ ପଶିଲା ଶାବଳ

ନୟାଗଡ଼: ଦୁର୍ଘଟଣାରେ କାଉଡ଼ିଆଙ୍କ ଗୋଡ଼ରେ ପଶିଲା ଶାବଳ। ଜଳ ବାହୁଙ୍ଗି ନେଇ ଯାଉଥିବା ସମୟରେ ଓଡ଼ଗାଁ ଫାୟାର ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା। ଗଞ୍ଜମ ଜିଲ୍ଲାର ଭିକାରୀ ନାହାକ ଶରଣକୁଳ ଲଡୁବାବାଙ୍କ ପୀଠରେ ଜଳ ଲାଗି ପାଇଁ ଯାଉଥିବା ସମୟରେ ଏକ ବାଇକ ଭିକାରୀଙ୍କୁ ଧକ୍କାଦେଇଥିଲା । ଗାଡ଼ିରେ ଥିବା ଏକ ଶାବଳ କାଉଡ଼ିଆଙ୍କ ଗୋଡ଼ ରେ ପଶି ଯାଇଥିଲା ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି।