ଭାରତକୁ ବଲୋଚ ମୁକ୍ତିଯୋଦ୍ଧାଙ୍କ ଅନୁରୋଧ: ବାଂଲାଦେଶ ଭଳି ଆମକୁ ପାକିସ୍ତାନରୁ ଅଲଗା କର

ଫ୍ରାଙ୍କଫର୍ଟ: ବାଂଲାଦେଶକୁ ଯେଭଳି ପାକିସ୍ତାନ ଠାରୁ ଅଲଗା କରିଥିଲ, ଆମକୁ ସେମିତି ମୁକ୍ତ କର ବୋଲି ଭାରତକୁ ଅନୁରୋଧ କରିଛନ୍ତି ବଲୋଚିସ୍ତାନର ମାନବାଧିକାର କର୍ମୀ ଅସ୍ରଫ୍ ଶେର୍ଜାନ୍। ଜର୍ମାନୀରେ ଇଦ୍ ଅବସରରେ (୧୧ ଜୁଲାଇ) ଅସ୍ରଫ୍ ସମସ୍ତ ଭାରତୀୟଙ୍କୁ ବଲୋଚିସ୍ତାନ ଲାଗି ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ।
ଅସ୍ରଫ୍ କହିଥିଲେ ଯେ,
ମୁଁ ମୋର ଭାରତୀୟ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି, ସେମାନେ ବଲୋଚିସ୍ତାନ ଲୋକଙ୍କ ସହ ଠିଆହେବା ସହ ସହଯୋଗର ହାତ ବଢ଼ାନ୍ତୁ। ଗତ ଶତାବ୍ଦୀର ୭୦ ଦଶକରେ ଯେମିତି ଭାରତ ବାଂଲାଦେଶ ପାଇଁ ଠିଆ ହୋଇଥିଲା ସେମିତି ଆମକୁ ଆମ ସ୍ବାଧୀନତା ପୁଣି ଫେରି ପାଇବାରେ ସହଯୋଗ କରୁ।
https://twitter.com/i/status/1160493369287745536
ଏ ଅବସରରେ ଅସ୍ରଫ୍ ବିଶ୍ବବାସୀଙ୍କୁ ଅନୁରୋଧ କରିଥିଲେ ଯେ ୧୧ ଜୁଲାଇରେ ଇଦ୍ ମୁବାରକ୍ ନ ଦେଇ ବଲୋଚିସ୍ତାନ ବାସୀଙ୍କୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାନ୍ତୁ।
ସେ କହିଥିଲେ,
୧୯୪୭ ମସିହା ଅଗଷ୍ଟ ୧୧ ତାରିଖରେ ବଲୋଚିସ୍ତାନ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷିତ ହୋଇଥିଲା। ପରେ ୧୯୪୮ ମାର୍ଚ୍ଚ ୨୭ ତାରିଖରେ ପାକିସ୍ତାନ ଏହାର କଲାତ ରାଜ୍ୟକୁ ବନ୍ଧୁକ ମୂନରେ ଅକ୍ତିଆର କଲା ଓ ସେନା ବଳ ଲଗାଇ ବଲୋଚିସ୍ତାନକୁ ନିଜ ଦେଶରେ ଯୋଡ଼ିଦେଲା।