ଉଛୁଳା ନଦୀରେ ବୁଡିଲା ଡଙ୍ଗା

କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର କେନ୍ଦ୍ରପଡାରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗାଟି ଉଛୁଳା ନଦୀରେ ବୁଡି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କାହାର ପ୍ରାଣ ହାନି ଘଟିନାହିଁ। ଡଙ୍ଗା ବୁଡିବାର ଖବର ପାଇ ସ୍ଥାନୀୟ ଲୋକେ ନଦୀ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏନେଇ ଅଧିକ ଖବର ହସ୍ତଗତ ହୋଇ ପାରିନାହିଁ।