Odisha Link
Bridging the Missing Links in Odisha

ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ

ସୁନ୍ଦରଗଡ : ଝାରସୁଗୁଡା ତଲସରା ଥାନା ଅନ୍ତର୍ଗତ କୁରେଇ ଗାଁରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କୁରେଇ ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ପ୍ରଧାନଙ୍କ ସ୍ବାମୀ ହୃନ୍ଦାନନ୍ଦ ବାରିକଙ୍କୁ ଗୁଳିମାଡ ହୋଇଛି। ଗାଁ ଛକରୁ ଘରକୁ ଫେରୁଥିବା ବେଳେ ବାଇକ୍‌ରେ ଆସି ଦୁଇ ଦୁର୍ବୃତ୍ତ ଗୁଳିମାଡ କରିଥିଲେ। ହୃଦାନନ୍ଦଙ୍କ ମୁଣ୍ଡରେ ଗୁଳି ବାଜିଛି। ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ହୃନ୍ଦାନନ୍ଦଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତୃତା ବା ଠିକା କାମକୁ କେନ୍ଦ୍ର କରି ଗୁଳିମାଡ କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତଲସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ର ହସପିଟାଲ ଯାଇ ଗୁରୁତରଙ୍କୁ ଭେଟିଛନ୍ତି।

Comments are closed.