Odisha Link
Bridging the Missing Links in Odisha

ନୟାଗଡ଼: ବଦଳିଲେ ମନ୍ତ୍ରୀ, ବଦଳିଲା ନିମନ୍ତ୍ରଣ ପତ୍ର

ନୟାଗଡ଼: ଜିଲ୍ଲାରେ ୭୩ତମ ସ୍ବାଧୀନତା ଦିବସ ପାଳନର ଠିକ ଗୋଟିଏ ଦିନ ପୂର୍ବରୁ ବଦଳିଲେ ଅତିଥି। ପୁରୁଣା ନିମନ୍ତ୍ରଣ ପତ୍ର ବଦଳାଇ ପୁଣି ଏକ ସାନି ନିମନ୍ତ୍ରଣ ଛପାଇଛନ୍ତି ନୟାଗଡ଼ ଜିଲ୍ଲା ପ୍ରଶାସନ। ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିମନ୍ତ୍ରଣ ପତ୍ରକୁ ବାତିଲ କରି ଆଜି ପୁଣି ନୂଆ କାର୍ଡ ବଣ୍ଟାଯାଇଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନୟାଗଡ଼ରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବେ ବୋଲି ପ୍ରଥମେ ଘୋଷଣା ହୋଇଥିଲା। ତେବେ ହଠାତ ଆଜି ସରକାରୀ ନିଷ୍ପତ୍ତି ବଦଳିଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ହଇରାଣ ହେବାକୁ ପଡ଼ିଛି। ଅତିଥି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେବେ ବୋଲି ସରକାର ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ପୁଣି ଏକ ନିମନ୍ତ୍ରଣ ପତ୍ର ଛାପି ଆଜି ବତରଣ କରିଛନ୍ତି।

ଅତିଥି କାହିଁକି ବଦଳିଲେ, ସେ ନେଇ ସରକାରୀ ଭାବେ କୌଣସି ସୂଚନା ନାହିଁ। ତେବେ ମିଳିଥିବା ଖବର ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ ବନ୍ୟା ହୋଇଥିବାରୁ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇଛନ୍ତି।

Comments are closed.