Odisha Link
Bridging the Missing Links in Odisha

ନୟାଗଡ଼ରେ ପ୍ରଥମ ଶିଶୁ ଗ୍ରାମସଭା

ନୟାଗଡ଼: ସ୍ୱାଧୀନତା ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ଏକ ଅଭିନବ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜ ଅଞ୍ଚଳର ସମସ୍ୟା ଓ ଉନ୍ନୟନ ସମ୍ପର୍କରେ ଆଲୋଚନା କରିଥିଲେ।

ବିଶେଷ କରି ଏହି ଶିଶୁ ଗ୍ରାମସଭାରେ ଶିଶୁମାନଙ୍କର ଅଧିକାର, ସମସ୍ୟା ଓ ସେସବୁର ସମାଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଏ ଅବସରରେ ଆୟୋଜିତ ଶିଶୁ କ୍ୟାବିନେଟ ପ୍ରତିଯୋଗିତାରେ ବଡ଼ପଦା ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିଲା।

ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ଉଦ୍ୟମରେ ଆୟୋଜିତ ଏହି ଶିଶୁ ଗ୍ରାମସଭାରେ ନୟାଗଡ଼ ମଣ୍ଡଳ ଶିକ୍ଷା ଅଧିକାରୀ ଦାମୋଦର ଖିଲାର, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ଭୋଇ, ଗ୍ରାମ ରୋଜଗାର ସେବକ ସରୋଜକାନ୍ତ ରଥ, ଶିଶୁ ସୁରକ୍ଷା ୟୁନିଟ ବ୍ଲକ ସଂଯୋଜିକା ଶୈଳବାଳା ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପଞ୍ଚାୟତର ଜଳଧର ଷଣ୍ଢ, ଶରତ କୁମାର ନାୟକ ଓ ଜଳଧର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.