କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବା ପାଇଁ ଓଡ଼ିଶାର କଂଗ୍ରେସ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ନୂଆ ଦାୟିତ୍ବ ନେବା ପରେ ସୋନିଆଙ୍କ ସହ ଏହା ପ୍ରଥମ ବୈଠକ। ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହୋଇପାରେ ବୋଲି କଂଗ୍ରେସ ଶିବିରରେ ଚର୍ଚ୍ଚା ହେଉଛି। ଏହାସହ ରାଜୀବ ଗାନ୍ଧିଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବା ନେଇ ଆଲୋଚନା ହେବ। ଏନେଇ କଂଗ୍ରେସର ବରିଷ୍ଠ ବିଧାୟକ ବିଧାୟକ ସୁର ରାଉତରାୟଙ୍କ ସୂଚନା ଦେଇଛନ୍ତି।
Comments are closed.