Odisha Link
Bridging the Missing Links in Odisha

ଉଠା ଜଳ‌ସେଚନ ଡିଭିଜନ ଦୁର୍ନୀତିର ଗୁମର ଖୋଲୁଛି : କ୍ରସର୍‌ରେ ଚାଷୀଙ୍କ ନଳକୂପ

ଯାଜପୁର : ଯାଜପୁରରେ ଉଠାଜଳସେଚନରେ ହୋଇଥିବା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି। ଏହି ଦୁର୍ନୀତିର ସଦ୍ୟତମ ତଥ୍ୟ ହେଉଛି କ୍ରସର ମଲିକଙ୍କ କ୍ୟାମ୍ପସରେ ଚାଷୀଙ୍କ ନଳକୂପ ଲାଗିଛି। ଯାଜପୁରରୋଡସ୍ଥିତ ଉଠା ଜଳ‌ସେଚନ ଡିଭିଜନ ଅଧୀନରେ ରହିଛି ୫ଟି ଉପଖଣ୍ଡ। ଏହି ଉପଖଣ୍ଡ ଅନ୍ତର୍ଗତ ସମୂହ ଓ ବ୍ୟକ୍ତିଗତ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ପାଇଁ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ପାଣି ଭଳି ଖର୍ଚ ହୋଇଛି। ଗତ ୫ ବର୍ଷରେ ଏହି ଡିଭିଜନରେ ଶହେ କୋଟିରୁ ଅଧିକ ସରକାରୀ ଅନୁଦାନ ଯାଜପୁର ଜିଲ୍ଲାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇଛି। ମାତ୍ର, ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଚାଷୀଙ୍କ ପାଇଁ ଆସିଥିବା ନଳକୂପ କ୍ରସର ମାଲିକ ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବସିଥିବା ଦେଖିବାକୁ ମିିଳିଛି।
ସୂଚନା ଅନୁସାରେ, ଧର୍ମଶାଳା ବ୍ଲକ୍ ପାଖର ପଞ୍ଚାୟତ କାନପୁରଠାରେ ବାଜବାଟି ମୌଜାରେ ୪ ଟି କ୍ରସରରେ ଉଠାଜଳସେଚନ ଅଧିକାରୀ ଓ ସଂପୃକ୍ତ ଠିକାଦାର ଗଭୀର ନଳକୂପ ବସାଇଛନ୍ତି। ଚାଷ ଓ ଚାଷୀଙ୍କ ବିକାଶ ପାଇଁ ପ୍ରତି ପ୍ରକଳ୍ପ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ରିଆତି ଅନୁଦାନ ଯୋଗାଇ ଦେଉଥିବାବେଳେ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାର ଚାଷୀଙ୍କୁ ଜମିରେ ଗଭୀର ନଳକୂପ ନ ବସାଇ ପ୍ରଭାବଶାଳୀ କୋଟିପତି ଶିଳ୍ପପତିଙ୍କ ଶିଳ୍ପାନୁଷ୍ଠାନରେ ବସାଇଛନ୍ତି।

Comments are closed.