Odisha Link
Bridging the Missing Links in Odisha

ମିନତୀ ବେହେରା ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର : ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ମିନତୀ ବେହେରା। ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ମିନତୀ। ସେ କହିଛନ୍ତି ନାରୀ ସୁରକ୍ଷା ପ୍ରଥମ ପ୍ରାଥମିକତା ରହିବ। ସମାଜରେ ନାରୀ ପୂଜନୀୟ, ତେଣୁ ନାରୀ ପ୍ରତି ହିନମାନ୍ୟତା ଚଳିବ ନାହିଁ ବୋଲି ସେ କହିଛନ୍ତି। ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ଫଇସଲା କରାଯିବା ନେଇ ଉଦ୍ୟମ କରାଯିବ। ପୂର୍ବରୁ ଆସିଥିବା ଅଭିଯୋଗ କାର୍ଯ୍ୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ ସରକାରୀ ନିଗମ ଏବଂ ସଂସ୍ଥା ପାଇଁ ରାଜନୈତିକ ନିଯୁକ୍ତି ଘୋଷଣା କରାଯାଇଥିଲା। ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ତେବେ ଆଜି ସେ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି।

Comments are closed.