Odisha Link
Bridging the Missing Links in Odisha

ମିଳିଲା ପର୍ବତାରୋହୀମାନଙ୍କୁ ପ୍ରମାଣ ପତ୍ର

ଭୁବନେଶ୍ବର : ରାଜ୍ୟର ଯୁବକ ଦୁଃସାହସିକ କ୍ରୀଡାବିତ୍ ତଥା ପର୍ବତାରୋହୀ ନୀଳାଚଳ ପରିଡାଙ୍କ ନେତୃତ୍ବରେ ୨୧ଜଣ ପର୍ବତାରୋହୀ ପର୍ବତାରୋହଣର ମୈାଳିକ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଛନ୍ତିା  ଏମାନଙ୍କ ମଧ୍ୟରେ ରହିଛନ୍ତି ୪ଜଣ ବାଳିକା ଓ ୧୭ ଜଣ ବାଳକ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ପାହାଲଗମ୍ ଜିଲ୍ଲାର ନୁୱାନ ସ୍ଥିତ ଜବାହର ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ ଆଣ୍ଡ ୱିଣ୍ଟର ସ୍ପୋର୍ଟ୍ସ ପକ୍ଷରୁ ସମସ୍ତଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।
ଗତ ଜୁଲାଇ ମାସ ୩ ତାରିଖରୁ ନୀଳାଚଳ ଓ ୭ଜଣ ସାଥୀ କାଶ୍ମୀରରେ ପହଞ୍ଚି ବିଭିନ୍ନ ଶୃଙ୍ଗ ଆରୋହଣ ଓ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରସ୍ତୁତି କରିଥିଲେ। ପୂର୍ବରୁ ହିମାଳୟର ଅନେକ ଛୋଟ ବଡ ଶୃଙ୍ଗ ଚଢ଼ି ସାରିଥିବା ନୀଳାଚଳ ଯୁବ ପର୍ବତାରୋହୀ ମାନଙ୍କୁ ପର୍ବତାରୋହଣ ଉପରେ ବିଭିନ୍ନ ପରାମର୍ଶ ଦେଇଥିଲେ। ମୋଟ ୨୪ ଦିନ ମଧ୍ୟରେ ପର୍ବତାରୋହୀମାନେ ଶିକ୍ଷା ଗ୍ରହଣ କରିବା ସହ ୧୨,୦୦୦ ଫୁଟ ଉଚ୍ଚ ଟେବୁଲ ଟଫ୍ ଟ୍ରେକ୍ ଆରୋହଣ କରି ଥିଲୋ ଜୁଲାଇ ୨୭ ତାରିଖରେ ସେମାନଙ୍କ ଶିକ୍ଷା ଶେଷ ହୋଇଥିଲା।
ଏହି ସମୟ ମଧ୍ୟରେ ନୀଳାଚଳ ସଫଳତାର ସହ ୨ଟି ଶୃଙ୍ଗ ଆରୋହଣ କରି ଶିଖରରେ ତ୍ରିରଙ୍ଗା ଉଡାଇଥିଲେ। ଜୁଲାଇ ମାସ ୧୨ ତାରିଖରେ ନୀଳାଚଳଙ୍କ ସହ ୪୫ଜଣ ପର୍ବତାରୋହୀ ୧୩,୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ହ୍ବାଇଟ୍ ଟପ୍ ଟ୍ରେକ ଆରୋହଣ କରିଥିଲେ। ସକାଳ ୭.୩୦ ମିନିଟରୁ ପର୍ବତଆରୋହଣ ହୋଇଥିଲା। ୫ଘଣ୍ଟା ୨୫ମିନିଟ ମଧ୍ୟରେ ସେମାନେ ଶିଖରରେ ପହଞ୍ଚିଥିଲେ।
ଜୁଲାଇ ମାସ ୨୪ ତାରିଖରେ ନୀଳାଚଳ ଅନ୍ୟ ୪୩ଜଣ ପର୍ବତାରୋହୀଙ୍କ ସହ ମୋଚାଇ ପାସ୍ ଅଭିମୂଖେ ଅଭିଯାାନ ଆରମ୍ଭ କରିଥିଲେ। ୫,୨୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ପର୍ବତର ଶୀଖରରେ ପହଞ୍ଚିବାକୁ ତାଙ୍କୁ ୫ ଘଣ୍ଟା ୫୫ ମିନିଟ ଲାଗିଥିଲା। ଗଣ୍ଡରବାଲ ଜିଲ୍ଲାର ସୋନାମାର୍ଗ ନିକଟସ୍ଥ ଗୁମରି ସେନମାନଙ୍କ ବେସ କ୍ୟାମ୍ପ ରହିଥିଲା। ଭୋର ୫.୦୦ରୁ ୪୪ ପର୍ବତାରୋହୀ ମୋଚାଇ ପାସ୍ ଚଢ଼ିଥିଲେ। ସେମାଙ୍କ ମଧ୍ୟରୁ ୨୯ଜଣ ପର୍ବତାରୋହୀ ଶୀଖରରେ ପହଞ୍ଚିଥିଲେ ଓ ଅନ୍ୟ ୧୬ଜଣ ପର୍ବତାରୋହୀ ପାଗ ଖରାପ ଯୋଗୁ ଶୀଖରରେ ପହଞ୍ଚିିପାରିଲେ ନାହିଁ ଓ ନୀଳାଚଳ ସକାଳ ୧୦.୫୫ ମିନିଟ୍ ରେ ଶିଖରେ ପହଞ୍ଚିଥିଲେ। ଜବାହାର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପର୍ବତାରୋହୀ ଆରୋହଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Comments are closed.