Odisha Link
Bridging the Missing Links in Odisha

ହାଇୱା ଧକ୍କାରେ ଗଲା ଯୁବକଙ୍କ ଜୀବନ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍‌ଲିକ ଚର୍ଚ୍ଚ ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ରାତିରେ ହାଇୱାକୁ ପଛପଟୁ ଧକ୍କା ଏକ ବାଇକ ଦେବା ଫଳରେ ଘଟଣାସ୍ଥରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡ଼ବେରୀ ଗ୍ରାମର ଅଜିତ ମଲ୍ଲିକ।
ମିଳିଥିବା ସୂଚନା ଅନୁସାରେ, ତ୍ରିଶକ୍ତି କନଷ୍ଟ୍ରକସନର ହାଇୱା ଗାଡି ନଂ(ଓଡ଼ି-୦୭-ଇ-୧୨୪୭) ଖରାପ ହୋଇ ଗତକାଲି ଅପରାହ୍ନରୁ କ୍ୟାଥ୍‌ଲିକ ଚର୍ଚ୍ଚ ସମ୍ମୁଖରେ ଥୁଆ ହୋଇଥିଲା। ରାତିରେ ସ୍ଥାନୀୟ ଅଞ୍ଚଳ ଅନ୍ଧାର ହୋଇଥିବାରୁ ଜଣେ ବାଇକ ଚାଳକ ହାଇୱାକୁ ଦେଖି ନପାରି ପଛପଟୁ ଧକ୍କା ଦେଇଥିଲେ। ଫଳରେ ବାଇକ ଚାଳକ ଆଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ ଆଜିତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରେ ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ହାଇୱା ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Comments are closed.