Odisha Link
Bridging the Missing Links in Odisha

“ଯାତ୍ରୀ ଗଣ କୃପୟା ଧ୍ୟାନ ଦେଁ”, କାହାର ଏ କଣ୍ଠସ୍ବର?

ନୂଆଦିଲ୍ଲୀ: ଆପଣମାନେ ନିଶ୍ଚୟ କେବେ ନା କେବେ ରେଳ ଷ୍ଟେଶନ ଦେଖିଥିବେ। ଏଥି ସହିତ କେବେ କେବେ ଆପଣ ରେଳରେ ଯାତ୍ରା ମଧ୍ୟ କରିଥିବେ। ହେଲେ ସବୁ ଷ୍ଟେଶନରେ ଆପଣ ସମାନ କଥା ଶୁଣିଥାନ୍ତି।  ଏମିତି ଏକ ଶବ୍ଦ ଯାହା ସବୁବେଳେ ଷ୍ଟେଶନରେ ଶୁଣାଯାଉଥାଏ। ଯାହା ଶୁଣି ସବୁ ଲୋକ ସତର୍କ ହୋଇଯାଇଥାନ୍ତି। ଏପରିକି ଏହି ଶବ୍ଦ ଶୁଣି ଲୋକଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଏ। ଆଉ ସେହି ଶବ୍ଦଟି ହେଉଛି “ଯାତ୍ରୀ ଗଣ କୃପୟା ଧ୍ୟାନ ଦେଁ”। ଏହି ଶବ୍ଦ ଶୁଣି ଅନେକ ଲୋକ ଠିକ୍‌ ସମୟରେ ଯାଇ ନିଜ ନିଜ ପ୍ଲାଟଫର୍ମରେ ପହଞ୍ଚି ଯାଇଥାନ୍ତି। ହେଲେ ଆପଣ କେବେ ଏ ଶବ୍ଦ ଶୁଭାଯାଉଥିବା କାହାର ସ୍ବର ଜାଣିବାକୁ ଚେଷ୍ଟା କରିଛନ୍ତି କି। ପ୍ରାୟ ଲୋକ ଏହି ସୁନ୍ଦର କଣ୍ଠସ୍ବର କାହାର ତାହା ଜାଣିନଥାନ୍ତି।

ଏହି ସ୍ବର ହେଉଛି ସରଲା ଚୌଧରୀଙ୍କର। ବହୁତ କମ ଲୋକ ଏମିତି ଥିବେ ଯିଏ ରେଲୱେ ଷ୍ଟେସନରେ ସରଲାଙ୍କର ଏହି ସ୍ବର ଶୁଣିନଥିବେ। ୫୧ ବର୍ଷ ବୟସ୍କା ସରଲା ଆଜି ମଧ୍ୟ ରେଳ ବିଭାଗରେ କାମ କରନ୍ତି। ତାଙ୍କ ନାଁ ଭଳି ସେ ମଧ୍ୟ ଖୁବ ସରଳ ସ୍ବଭାବର ମହିଳା। ତେବେ ସରଲା କେମିତି ଭାରତୀୟ ରେଲୱେର ସ୍ବର ହେଲେ ଜାଣନ୍ତୁ। ସରଲାଙ୍କ ପିତା ପ୍ରଥମରୁ ରେଲୱେ ଷ୍ଟେସନର କର୍ମଚାରୀ ଥିଲେ। ଦିନେ ତାଙ୍କ ବାପାଙ୍କ ଅଫିସ୍‌ରୁ ସର୍କ୍ୟୁଲାର ଆସିଲା ଯେ, ୩ ମାସ ପାଇଁ ରେଲୱେ କର୍ମଚାରୀଙ୍କ ପିଲାଙ୍କୁ ଏନାଉନ୍ସମେଣ୍ଟ ସେକ୍ସନରେ ଭର୍ତ୍ତି କରିବ। ଆଗ୍ରହ ଥିବା ପିଲାମାନଙ୍କୁ ରେଲୱେ କାର୍ୟ୍ୟାଳୟକୁ ଯାଇ ଯୋଗାଯୋଗ କରିବାକୁ ହେବ। ଏହି ସମ୍ପର୍କରେ ସରଲାଙ୍କ ବାପା ଘରେ ଆସି ନିଜ ଝିଅଙ୍କୁ କହିଥିଲେ। ୩ ମାସ ପର୍ଯ୍ୟନ୍ତ ଟାଇମ୍‌ ପାସ ହୋଇଯିବ ଭାବି ସରଲା ରେଲୱେ ଷ୍ଟସନ ଯାଇଥିଲେ। ସେଠାରେ ଅନେକ ପିଲାଙ୍କ ସ୍ବର ପରୀକ୍ଷା କରାଯାଇଥିଲା। ଚୟନ କରାଯାଇଥିବା କିଛି ଜଣଙ୍କ ମଧ୍ୟରୁ ସରଲା ମଧ୍ୟ ଥିଲେ। ତେବେ ସରଲା ଏହି ବିଭାଗରେ ୧୯୮୨ ମସିହା ଜୁଲାଇ ମାସ ୧୩ ତାରିଖରେ ଯୋଗ ଦେଇଥିଲେ।

ପ୍ରଥମ ମହିଳା ଉଦ୍‌ଘଷିକା ଥିଲେ ସରଲା। ସରଲାଙ୍କ ପୂର୍ବରୁ ଏହି କାର୍ଯ୍ୟରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେହି ସମୟରେ ଷ୍ଟେସନରେ ମାଇକ୍‌ ସାମ୍ନାରେ ବସି ଘୋଷଣା କରାଯାଉଥିଲା। କାରଣ ପୂର୍ବରୁ ରେକର୍ଡିଂ କମ୍ପ୍ୟୁଟରାଇଜ୍‌ଡ ସିଷ୍ଟମ ନଥିଲା। ସରଲାଙ୍କ ଅନୁସାରେ ସେହି ସମୟରେ କୌଣସି ମହିଳା ଘୋଷଣା କରିବା କିଛି କମ କଥା ନଥିଲା। ଅଫିସ୍‌ ବାହାରେ ଲୋକମାନେ ତାଙ୍କ ପିଲା ଛୁଆଙ୍କୁ ଦୂର ଦୂରରୁ ସରଲାଙ୍କୁ ଚିହ୍ନାଇ ଦିଅନ୍ତି। ରେଲୱେ ୩ ମାସ ଯାଏଁ ଏହି ଟ୍ରାୟଲ ରଖିଥିଲା। ହେଲେ ଜନତାଙ୍କଠୁ ଭଲ ରେସପନ୍ସ ମିଳିଥିବାରୁ ୩ ମାସ ପରେ କାହାକୁ ବାହାର କରାଯାଇନଥିଲା। ଜଣେ ଅସ୍ଥାଇ କର୍ମଚାରୀ ଭଳି ସରଲାଙ୍କୁ ପ୍ରଥମେ ଦରମା ମିଳୁଥିଲା। ପରେ ୧୯୮୬ ମସିହା ଜୁନ ମାସରୁ ସରଲାଙ୍କୁ ରେଲୱେର ସ୍ଥାୟୀ କର୍ମଚାରୀ କରାଯାଇଥିଲା।

Comments are closed.