Odisha Link
Bridging the Missing Links in Odisha

ଇତିହାସ ରଚିଲେ ସିନ୍ଧୁ

ବାସେଲ: ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପିଭି ସିନ୍ଧୁ। କ୍ରମାଗତ ତୃତୀୟଥର ପାଇଁ ବିଡବ୍ଲ୍ୟୁଏଫ୍ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଶୀର୍ଷ ଣଟଲର ପିଭି ସିନ୍ଧୁ। ଆସନ୍ତାକାଲି ସେ ପୁଣିଥରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ।

ଏହାପୂର୍ବରୁ ସିନ୍ଧୁ ଦୁଇଥର ଫାଇନାଲରେ ପ୍ରବେଶ କରିଥିଛନ୍ତି। ହେଲେ ସେ ରୌପ୍ୟ ପଦରେ ସନ୍ତୁଷ୍ଟ ହୋଇଥିଲା। ହେଲେ ଏଥର ସିନ୍ଧୁଙ୍କ ମିଶନ ସ୍ୱର୍ଣ୍ଣ ପଦକ ଉପରେ ରହିଛି। ଏହାପୂର୍ବରୁ କୌଣସି ଭାରତୀୟ ଶଟଲର ଏଭଳି କ୍ରମାଗତ ୩ଥର ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିନଥିଲେ। ସେମିଫାଇନାଲ୍‌ରେ ସିନ୍ଧୁଙ୍କ ମୁକାବିଲା ଅଲ ଇଂଲଣ୍ଡ ଚାମ୍ପିୟନ ଚେନ୍‌ ୟୁ ଫେଇଙ୍କ ସହ ହୋଇଥିଲା। ମ୍ୟାଚ୍‌ ଆରମ୍ଭରୁ ହିଁ ସିନ୍ଧୁ ତାଙ୍କ ଜଲୱା ଦେଖାଇଥିଲେ। ସେ ଚେନ୍‌ ୟୁ ଫେଇଙ୍କୁ ଆଦୌ ସେଟ୍‌ ହେବାକୁ ଦେଇ ନଥିଲେ।

ଆରମ୍ଭରୁ ହିଁ ଘନଘନ ଆକ୍ରମଣ କରିଥିଲେ। ପ୍ରଥମ ସେଟଟିକୁ ସିନ୍ଧୁ ୨୧-୭ରେ ଜିତିଥିଲେ। ତେବେ ଦ୍ୱିତୀୟ ସେଟରେ ଚେନ୍ ୟୁ ଫେଇ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ। ହେଲେ ସିନ୍ଧୁ ଏହା କରାଇ ଦେଇ ନଥିଲେ। ଦ୍ୱିତୀୟ ସେଟକୁ ମଧ୍ୟ ସିନ୍ଧୁ ୨୧-୧୪ରେ କବଜା କରି ନେଇଥିଲେ। ମାତ୍ର ୪୦ ମିନିଟ୍‌ ମଧ୍ୟରେ ମ୍ୟାଚ୍‌ଟିକୁ ଶେଷ କରି ସିନ୍ଧୁ ଫାଇନାଲ୍‌ରେ ପ୍ରବେଶ କରିବାର ଗୌରବ ହାସଲ କରିଥିଲେ। ସିନ୍ଧୁଙ୍କ ମୁକାବିଲା ୨୦୧୩ ବିଶ୍ୱ ବିଜେତା ରାଟଚାନୋକ ଇଣ୍ଟାନୋନ କିମ୍ବା ୨୦୧୭ ବିଶ୍ୱ ବିଜେତା ନୋଜମି ଓକୁହାରଙ୍କ ସହ ହେବ।

Comments are closed.