Odisha Link
Bridging the Missing Links in Odisha

ମାଓ ମୁକାବିଲା ବୈଠକ ପରେ ଏହା କହିଲେ ନବୀନ

ନୂଆଦିଲ୍ଲୀ : ମାଓ ମୁକାବିଲା ନେଇ ସୋମବାର ନୂଆଦିଲ୍ଲୀ ଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏହାଛଡ଼ା ଛତିଶଗଡ଼, ଝାରଖଣ୍ଡ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ତେବେ ପଶ୍ଚିମବଙ୍ଗ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମାଓ ମୁକାବିଲା ବୈଠକରେ ଯୋଗଦେଇନଥିଲେ।

ତେବେ ଆଜିର ବୈଠକ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବୈଠକରେ ଓଡ଼ିଶାର ମାଓ ଅଧ୍ୟୁ୍ୟଷିତ ଅଞ୍ଚଳରେ ଟେଲି ଯୋଗାଯୋଗ ପାଇଁ ସେ ଦାବି କରିଛନ୍ତି। ବ୍ୟାଙ୍କିଂ ବ୍ୟବସ୍ଥା ପାଇଁ ମଧ୍ୟ ବୈଠକରେ ଦାବି କରାଯାଇଛି। ମାଲକାନାଗିରି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଦାବି କରାଯାଇଛି। ମାଲକାନଗିରି ଓ ନବରଙ୍ଗପୁରକୁ ତୁରନ୍ତ ରେଳ ସଂଯୋଗ ପାଇଁ ଦାବି କରାଯାଇଛି । ରେଳ ସଂଯୋଗ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାଗଣାରେ ଜମି ଦିଆଯିବ। ଏପରିକି ପ୍ରକଳ୍ପର ଅଧା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ତେବେ ରାଜ୍ୟ ସରକାରଙ୍କ ଏହି ଦାବିକୁ କେନ୍ଦ୍ର ସରକାର ପୂରଣ କରିବେ ବୋଲି ଆମେ ଆଶାବାଦୀ ଅଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Comments are closed.