Odisha Link
Bridging the Missing Links in Odisha

ଗତକାଲି ଫ୍ଲାଏଓଭର ଦବିବା ପରେ ଆଜି ଆରମ୍ଭ ହୋଇଛି ମରାମତି କାମ

ଭୁବନେଶ୍ବର : ଗୋଟିଏ ବର୍ଷ ତଳେ ନିର୍ମାଣ ହୋଇଥିବା ଫ୍ଲାଏ ଓଭର ଦବି ଯିବା ପରେ ଏହାର ମରାମତି କାମ ଆଜି ଆରମ୍ଭ ହୋଇଛି। ଭୁବନେଶ୍ୱର-ପୁରୀ ବାଇପାସ, ହାଇଟେକ ଛକରେ ଦବିଯାଇଛି ଓଭରବ୍ରିଜ୍। ଫ୍ଲାଏ ଓଭର ଦୁଇଟି ଅଂଶକୁ ଯୋଡୁଥିବା ସଂଯୋଗ ସ୍ଥଳ ଅଚାନକ୍ ୬ ଇଞ୍ଚି ପର୍ଯ୍ୟନ୍ତ ଦବିଯାଇଛି। ଯାହା ଫଳରେ ଏହି ଫ୍ଲାଏ ଓଭରରେ ଯାତାୟତ ପ୍ରଭାବିତ ହୋଇଛି।
ଗୋଟିଏ ପଟେ ରାସ୍ତାକୁ ବନ୍ଦ କରି ଏନଏଚଆଇ ପକ୍ଷରୁ ମରାମତି କରାଯାଇଛି। ଯେଉଁ ପଟରେ ଫ୍ଲାଏ ଓଭର ଦବି ଯାଇଛି ସେପଟ ରାସ୍ତାକୁ ବନ୍ଦ କରାଯାଇଛି। ଗୋଟିଏ ପଟ ଦେଇ ଗାଡ଼ି ମଟର ଯିବା ଆସିବା କରୁଛି। କୌଣସି ଅଘଟଣ ଆଶଙ୍କାକୁ ଏଡାଇବା ପାଇଁ ପୁଲିସ କଡନ୍ ଦେଇ ରାସ୍ତାକୁ ବନ୍ଦ କରି କାମ ଆରମ୍ଭ ହୋଇଛି। କାମ ନିମ୍ନମାନର ହୋଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ୧୩ ଅଗଷ୍ଟ ୨୦୧୮ରେ ଏହି ଫ୍ଲାଏ ଓଭର ଉଦଘାଟନ ହୋଇଥିଲା।

Comments are closed.