Odisha Link
Bridging the Missing Links in Odisha

ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଅଟକ

ଖୋର୍ଦ୍ଧା : ବିଟ କରେଂସି ନାମରେ ବହୁଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗରେ ସ୍ଥାନୀୟ ଲୋକମାନେ ଜଟଣୀ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ଧରି ଜଟଣୀ ପୋଲିସର ଜିମା ଦେଇଛନ୍ତି ।
ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟ ଗାନ୍ଧୀ ନଗର ଠାରେ ଏକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ଏହି ସଂସ୍ଥା ଚାଲୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବିଟ କରେଂସିରେ ଟଙ୍କା ଡିପୋଜିଟ କଲେ ଏକ ବର୍ଷରେ ଜମା ଟଙ୍କା ଡବଲ ହେବ ବୋଲି ମିଛ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ମନୋରଂଜନକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଏହି ଠକେଇରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରଖିଛି ।

Comments are closed.