Odisha Link
Bridging the Missing Links in Odisha

ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀ: କୋଶଳ ରାଜ୍ୟ ନୁହେଁ, କୋଶଲୀ ମାତୃଭାଷା ନୁହେଁ

ସମ୍ବଲପୁର: ରାଜ୍ୟରେ ବର୍ଷ ତମାମ କୋଶଳ ରାଜ୍ୟ ଓ କୋଶଲୀ ଭାଷାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ହେଲେ ଜାଣିରଖନ୍ତୁ କୋଶଳ ରାଜ୍ୟ ନୁହେଁ ଏବଂ କୋଶଲୀ ମାତୃଭାଷା ନୁହେଁ। ଏକଥା ଆମେ କହୁନାହୁଁ। ଏକଥା ଭାରତୀୟ ଐତିହାସିକ ଗବେଷଣା ପରିଷଦ ଓ ଜନଗଣନା ଆୟୋଗର ସୂଚନା କହୁଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଐତିହାସିକ ଗବେଷଣା ପରିଷଦ ପାଖରେ କୋଶଳ ସମ୍ପର୍କିତ କୌଣସି ତଥ୍ୟ ବା ରେକର୍ଡ ଉପଲବ୍ଧ ନାହିଁ।

ସେହପରି ଦଶନ୍ଧି ଦଶନ୍ଧିର ଜନଗଣନା ରିପୋର୍ଟ ଅନୁସାରେ କୋଶଲୀ ଭାତୃଭାଷା ବୋଲି କିଛି ନାହିଁ। ସମ୍ବଲପୁରର ରାଜେଶ କୁମାର ବେହେରା ସୂଚନା ଅଧିକାର ଆଇନରେ କରିଥିବା ପ୍ରଶ୍ନର ଉତ୍ତରରେ ପରିଷଦର ସହକାରୀ ନିର୍ଦ୍ଦେଶକ ଏହି ରିପୋର୍ଟ ରଖିଛନ୍ତି।ଭାରତରେ କେଉଁଠି କୋଶଲ ଥିଲା, ପ୍ରାଚୀନ ଓଡ଼ିଶା ବା ପଶ୍ଚିମ ଓଡ଼ିଶା ସହିତ ଏହାର କିଛି ସମ୍ପର୍କ ଥିଲା କି, କୋଶଲୀ ନାମରେ କୌଣସି ଭାଷା ଥିଲା ବା ଅଛି କି? ଶ୍ରୀ ବେହେରା ସୂଚନା ଅଧିକାର ଆଇନରେ ଭାରତୀୟ ଐତିହାସିକ ଗବେଷଣୋ ପରିଷଦକୁ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରି ତାର ଉତ୍ତର ଚାହିଁଥିଲେ। ଏହାର ଉତ୍ତରରେ ପରିଷଦ ପକ୍ଷରୁ କୁହାଯାଇଛି ଯେ, କୋଶଳ/ ମହାକୋଶଳ, ଦକ୍ଷିଣ କୋଶଳ ପ୍ରାଚୀନ ଭାରତର ଏକ ଅଞ୍ଚଳ ବାବଦରେ ସୂଚନା ଦିଏ। କିନ୍ତୁ ଏହାର ଅବସ୍ଥିତି ଓ ସୀମା ବାବଦରେ ଉପଲବ୍ଧ ଶୀଳାଲେଖରେ କୌଣସି ସୂଚନା ନାହିଁ।

କୋଶଲୀ ଭାଷା ସମ୍ପର୍କରେ ଭାରତୀୟ ଐତିହାସିକ ଗବେଷଣା ପରିଷଦ ଉତ୍ତର ରଖିଛନ୍ତି ଯେ, ଦେଶରେ ବିଭିନ୍ନ ମାତୃଭାଷା ଓ କଥିତ ଭାଷା ସମ୍ପର୍କରେ ଜନଗଣନାରୁ ସଂଗୃହୀତ ତଥ୍ୟ ଆଧାରରେ ରେକର୍ଡ ଉପଲବ୍ଧ ଅଛି। ଦଶନ୍ଧୀ ଦଶନ୍ଧୀ ଧରି କରାଯାଇଥିବା ଜନଗଣନାରୁ ଏହି କାର୍ଯ୍ୟଳୟରେ ଉପଲବ୍ଧ ରେକର୍ଡ ଅନୁସାରେ କୋଶଲୀ ବା କୋସଲୀ ନାମରେ କୌଣସି ମାତୃଭାଷା ନାହିଁ।ସମ୍ବଲପୁର ପ୍ରେସ୍‌ କ୍ଲବରେ ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା କହିଥିଲେ ଯେ, ସମ୍ବଲପୁରୀ, କୋଶଲୀ ଓ କୋଶଳ ପ୍ରସଙ୍ଗ ନେଇ ସେ ପ୍ରଧାନମନ୍ତ୍ରୀ କାରାର୍ଯ୍ୟଳ(ପିଏମ୍‌ଓ)କୁ ସମୁଦାୟ ୪୮ଟି ଆବେଦନ କରିଥିଲେ। ସେଥିରୁ ୨୨ଟି ଆବେଦନ କୋଶଳ ଏବଂ କୋଶଲୀ ଉପରେ ପର୍ଯ୍ୟବେଶିତ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତ ସମ୍ବନ୍ଧିତ କାର୍ଯ୍ୟାଳୟରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ତାଙ୍କୁ ଦେଇଥିବା ଉତ୍ତରରେ କହିଛି ଯେ କୋଶଳ, ମହାକୋଶଳ, ଦକ୍ଷିଣ କୋଶଳ ନାମରେ କୌଣସି ରାଜ୍ୟ ଥିବା ସମ୍ପର୍କିତ ଫାଇଲ ଉପଲବ୍ଧ ନାହିଁ।

ଏଏସଆଇ ଏପିଗ୍ରାଫି ନିର୍ଦ୍ଦେଶକ କଣ କୁହନ୍ତି

ଭାରତୀୟ ସଂସ୍କୃତି ବିଭାଗ ମନ୍ତ୍ରଣାଳୟ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ(ଏଏସଆଇ)ର ଏପିଗ୍ରାଫି ନିର୍ଦ୍ଦେଶକ କହିଛନ୍ତି ଯେ ପ୍ରାଚୀନ ଭାରତରେ କୋଶଳ, ମହାକୋଶଳ ଅଥବା ଦକ୍ଷିଣ କୋଶଳ ନାମରେ ଏକ ଅଞ୍ଚଳ ଥିଲା କିନ୍ତୁ ଏହାର ଅବସ୍ଥିତି ଓ ସୀମାରେଖା ସଂକ୍ରାନ୍ତରେ କିଛି ସ୍ବଷ୍ଟ ସୂଚନା ନାହିିଁ। ଏହି ବିଭାଗ କେବଳ ଅଭିଲେଖ ଉପରେ ନିର୍ଭରଶୀଳ। ଭାଷା ଉପରେ ଗବେଷଣା କରୁନଥିବାରୁ କୋଶଲୀ ଭାଷା ବାବଦରେ କିଛି କହି ହେବ ନାହିଁ ବୋଲି କହିଛନ୍ତି।

Comments are closed.