ଏସ୍ପି ଭାବେ ଦାୟିତ୍ୱ ନେଲେ କେ.ଶିବା ସୁବ୍ରମଣି

ରାଉରକେଲା : ରାଉରକେଲାର ନୂତନ ଏସ୍ପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କେ.ଶିବା ସୁବ୍ରମଣି। ଆଜି ପୂର୍ବାହ୍ଣରେ ସେ ରାଉରକେଲା ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ରାଉରକେଲା ପୁଲିସ୍ର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ।
ଅପରାଧ ନିୟନ୍ତ୍ରଣ, ନକ୍ସଲ ଗତିବିଧି ନିୟନ୍ତ୍ରଣ ଏବଂ ଅନ୍ତଃରାଜ୍ୟ ଅପରାଧିଙ୍କ ଗତିବିଧି ନିୟନ୍ତ୍ରଣ ଉପରେ ଜୋର ଦିଆଯିବ ବୋଲି ଏସ୍ପି ସୁବ୍ରମଣି କହିଛନ୍ତି। ସେ ପୂର୍ବରୁ ବଲାଙ୍ଗିର ଏସ୍ପି ଥିଲେ। ଗତକାଲି ବଲାଙ୍ଗିରରେ ତାଙ୍କୁ ନିଆରା ଢଙ୍ଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ପୁଲିସ ଏବଂ ଯବାନମାନେ ତାଙ୍କୁ କାନ୍ଧରେ ବସାଇ ନାଚ ଗୀତ ସାଙ୍ଗକୁ ବାଜା ବଜାଇ ବିଦାୟ ଦେଇଥିଲେ।