Odisha Link
Bridging the Missing Links in Odisha

ଇତିହାସ ରଚିଲେ ଓଡ଼ିଆ ପୁଅ ଆସ୍ୱାଥ ନାରାୟଣନ

ନୂଆଦିଲ୍ଲୀ: ଋଷିଆରେ ଚାଲିଥିବା ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ନାରାୟଣନ। ୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍‌ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଛନ୍ତି। ନାରାୟଣନଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଆସ୍ୱାଥ ନାରାୟଣନଙ୍କ କୃତିତ୍ୱ ଓଡିଶା ପାଇଁ ଗର୍ବର ବିଷୟ।
ଏହି ପ୍ରତିଯୋଗିତାରେ ୬୩ଟି ଦେଶ ଭାଗ ନେଇଥିବାବେଳେ ଜଳ ସମ୍ବଦ୍ଧିୟ ପ୍ରକଳ୍ପ ନିର୍ମାଣ କରି ଆସ୍ୱାଥ ସ୍ବର୍ଣ୍ଣ ଜିତିଥିଲେ। ଏହି ଅଵସରରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ମଧ୍ୟ ଆସ୍ୱାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସ୍ୱାଥଙ୍କୁ ଛାଡି ଅନ୍ୟ ୩ ଭାରତୀୟ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି। ଏହି ତିନିଜଣ ହେଉଛନ୍ତି ପ୍ରଣବ ନୁତଳପାତି, ସଞ୍ଜୟ ପରମାଣିକ ଓ ଶ୍ଵେତା ରତନପୁରା| ଏଠାରେ ସୂଚନା ଥାଉ କି ୨୦୦୭ ମସିହାରୁ ଭାରତ ଏହି ପ୍ରତିଯୋଗିତାରେ ଭାଗ ନେଇଆସୁଛି |

Comments are closed.