Odisha Link
Bridging the Missing Links in Odisha

ଫିଟ୍ ଇଣ୍ଡିଆ ପରେ ଆୟୁଷ ସେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ଦେଇ ଦେଶରେ ୧୦ଟି ଆୟୁଷ ସେଣ୍ଟରର ଶୁଭ ଉଦଘାଟନ କରିଛନ୍ତି। ଏଥି ସହିତ ମୋଦି କହିଛନ୍ତି କି ଚଳିତ ବର୍ଷ ଦେଶରେ ଆଉ ୪୦୦୦ ଆୟୁଷ ସେଣ୍ଟରର ଶୁଭାରମ୍ଭ ହେବ। କେନ୍ଦ୍ର ସରକାର ଦେଶରେ ୧୨ ହଜାର ୫୦୦ଟି ଆୟୁଷ ସେଣ୍ଟର ଖୋଲିବା ପାଇଁ ଯୋଜନା କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦ କହିଛନ୍ତି ଯେ, ଆୟୁଷ ଏବଂ ଯୋଗ(ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ) ହେଉଛି ଦେଶର ୨ଟି ପିଲର ସଦୃଶ। ଯୋଗକୁ ପ୍ରଶଂସା କରି କହିଛନ୍ତି ଯେ ଯୋଗ କରିବାର ସଫଳତା ପରେ ଯୋଗ ମାଧ୍ୟମରେ ବହୁ ରାଷ୍ଟ୍ର ଭାରତ ସହିତ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଅର୍ଥାତ୍‌ ଯୋଗର ଏବେ ନୂଆ ପରିଭାଷା ସୃଷ୍ଟି ହୋଇଛି ବୋଲି କହିଛନ୍ତି ମୋଦି। ଯୋଗ ମନ, ଜ୍ଞାନ, ଆତ୍ମା ଓ ଶରୀରକୁ ଯୋଡ଼ୁଥିଲା। ହେଲେ ଏବେ ଯୋଗ ଦେଶକୁ ବିଶ୍ବ ସହିତ ଯୋଡ଼ୁଛି ବୋଲି ମୋହି କହିଛନ୍ତି।

ଏଥିସହିତ ମୋଦି କହିଛନ୍ତି ଯେ, ଦୁନିଆର ମୁଁ ଯେଉଁ ସ୍ଥାନକୁ ଯାଏ କିମ୍ବା ଯେତେ ବଡ଼ ନେତା ହେଲେ ମଧ୍ୟ ଆମର କଥାବାର୍ତ୍ତା ଯୋଗରୁ ହିଁ ଆରମ୍ଭ ହୋଇଥାଏ ବୋଲି ମୋଦି କହିଛନ୍ତି।

Comments are closed.