Odisha Link
Bridging the Missing Links in Odisha

ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ପାଇକ ସାହି ନିକଟସ୍ଥ ନୟନଜୋରିରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଲୋକ ଚାଷ କରିବାକୁ ବିଲକୁ ଯାଉଥିବାବେଳେ ଶବଟିକୁ ଦେଖିଥିଲେ।
ମୃତଦେହର ପରିଚୟ ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଥିବାବେଳେ ମୃତଦେହ ଟିର ପରିଚୟ ମିଳିପାରିନାହିଁ। ନାୟକାନିଦିହି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହେଲେ କେହି ମାରି ଯୁବତୀଙ୍କୁ ଏହି ସ୍ଥାନରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

Comments are closed.