ପ୍ରବଚନ ଦେବାପାଇଁ ବ୍ୟାକୁଳ ମାନ୍ୟବର

ଭୁବନେଶ୍ବର: ପୁଣି ବିଭିନ୍ନ ସ୍ଥାନରେ ସତ୍ସଙ୍ଗ ହେବ?ପୁଣି ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେକି ସାରଥୀ? ନିକଟରେ ଜାମିନ ପାଇ ଜେଲ୍ରୁ ବାହାରିଥିବା ଆତ୍ମଘୋଷିତ ବାବା ସାରଥି ପୁଣିଥରେ ପ୍ରବଚନ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଅନୁମତି ମାଗିଛନ୍ତି ବାବା ସାରଥି ଓରଫ୍ ସନ୍ତୋଷ ରାଉଳ। ଏନେଇ ସାରଥିଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ସଜା କାଟୁଥିବା ବେଳେ ମଧ୍ୟ ସାରଥୀ ଜେଲ ଭିତରେ ପ୍ରବଚନ ଦେଉଥିବାର ଖବର ସାମ୍ନାକୁ ଆସିଥିଲା।
ଏହାପୂର୍ବରୁ ଗତ ଜୁଲାଇ ୨୫ରେ ଦୀର୍ଘ ଚାରି ବର୍ଷ ଜେଲରେ ରହିବା ପରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ ସାରଥୀ। ସେତେବେଳେ ହାଇକୋର୍ଟ ଜାମିନ ଦେବା ସହ ସାରଥୀଙ୍କ ୫ଟି ସର୍ତ୍ତ ରଖିଥିଲେ।
ଜାଣନ୍ତୁ କଣ ଥିଲା ସର୍ତ୍ତ:
୧-ବାରିମୂଳ ଆଶ୍ରମକୁ ସାରଥୀଙ୍କ ଯିବା ଉପରେ କଟକଣା ଜାରି କରିଥିଲେ ହାଇକୋର୍ଟ।
୨-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ। କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
୩- ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ। ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଥିଲେ କୋର୍ଟ।
୪- କେବଳ ବାରିମୂଳ ନୁହେଁ ବରଂ ବିନା ଅନୁମତିରେ ରାଜ୍ୟ ବାହାରକୁ ମଧ୍ୟ ସାରଥୀଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଥିଲେ କୋର୍ଟ।
୫- ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Comments are closed.