Odisha Link
Bridging the Missing Links in Odisha

ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଛି ପାକିସ୍ତାନ। ସବୁଆଡ଼ୁ ନିରାଶ ହେବାପରେ ଏବେ ବାଟକୁ ଆସିଛି ପାକିସ୍ତାନ। ଭାରତ ସହିତ ଆଲୋଚନା ପାଇଁ ପ୍ରସ୍ତାବ ରଖିଛି ପାକ୍। ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନର ପ୍ରସ୍ତାବ। ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ପାକ୍ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ। ଏ ସେହି କ୍ୟୁରେସୀ ଯେ କି କିଛି ଦିନ ତଳେ ଭାରତକୁ ଯୁଦ୍ଧର ଧମକ ଦେଇଥିଲେ। ସେ ଏବେ କହିଛନ୍ତି ଭାରତ ସହିତ ଆଲୋଚନା ପାଇଁ ଆମେ କେବେ ଅରାଜି ନଥିଲୁ। ତେବେ ଏହି ଆଲୋଚନା ପାଇଁ ଭାରତ ଉପଯୁକ୍ତ ବାତାବରଣ ଭାରତ ସୃଷ୍ଟି କରୁନି।

ତୃତୀୟ ପକ୍ଷ ଉପସ୍ଥିତିରେ ଏହି ଆଲୋଚନା କରାଗଲେ ଆମେ ଖୁସି ହେବୁ ବୋଲି ସେ ସୂଚନା ଦେଇଛନ୍ତି। ଏହା ସହିତ ସେ କହିଛନ୍ତି କାଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ଭାରତ ମୁକ୍ତ କରୁ। ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଛେଦ ହେବା ପର ଠାରୁ ବିଳିବିଳୋଉଛି ପାକିସ୍ତାନ। ଏହା ଭାରତର ଅଭ୍ୟନ୍ତରୀଣ ବ୍ୟାପାର ହୋଇଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଜାତିସଂଘରେ ପହଁଚିଥିଲା ପାକିସ୍ତାନ। ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ ହୋଇସାରିଥିବା ପାକିସ୍ତାନ, ଜାତିସଂଘରେ ମଧ୍ୟ ଝଟକା ଖାଇଥିଲା।

Comments are closed.