Odisha Link
Bridging the Missing Links in Odisha

ସ୍ବାୟତ୍ତ ଶାସନ ଦିବସରେ ସରକାର ନେଲେ ନୂଆ ପଦକ୍ଷେପ, ଜାଣନ୍ତୁ କଣ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପାଳନ କରିଛନ୍ତି ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ଅନେକ ଗୁଡ଼ିଏ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସହଜ ଓ ତ୍ୱରିତ ସେବା ପାଇଁ ‘ୱାର୍ଡ କାର୍ଯ୍ୟାଳୟ’ ଉଦଘାଟିତ ହୋଇଛି। ୱାର୍ଡ କାର୍ଯ୍ୟାଳୟର କାର୍ଯ୍ୟ ଜଣେ ୱାର୍ଡ ଅଫିସରଙ୍କ ସହାୟତାରେ ପରିଚାଳିତ ହେବ। ୱାର୍ଡ କାର୍ଯ୍ୟାଳୟର ପ୍ରମୁଖ ଉଦ୍ଦେଶ୍ୟ , ସଫେଇ,ଡ୍ରେନେଜ ଓ ବର୍ଜବ୍ୟସ୍ତୁ ପରିଚାଳନା ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ତଦାରଖ କରିବା। ମହାନଗର ନିଗମ ଅଧିନସ୍ଥ ଭିତିଭୂମୀ ତଥା ରାସ୍ତା, ନାଳ ,ଷ୍ଟ୍ରିଟ ଲାଇଟ, ପାର୍କ, ପାର୍କିଂ ସ୍ଥାନ ଏବଂ ଭେଣ୍ଡିଂ ଜୋନର ବିକାଶ ଓ ରକ୍ଷଣାବେକ୍ଷଣ ବି ୱାର୍ଡ କାର୍ଯ୍ୟାଳୟର ଉଦ୍ଦେଶ୍ୟ। ସେପଟେ ଅନଲାଇନରେ ମାତ୍ର ୪୮ ଘଂଟାରେ ଅନୁମୋଦନ ହେବ ଘର ନକ୍ସା। ସେଥିପାଇଁ ଇ-ବିପାସ ଅନଲାଇନର ଶୁଭାରମ୍ଭ କରାଯାଇଛି। ୮୦ ଭାଗ ଲୋକ ସହଜରେ ଘରନକ୍ସା ଅନୁମୋଦନ କରିପାରିବେ। ସେହିପରି ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ମଧ୍ୟ ଅନଲାଇନରେ ସହାୟତାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

କଣ କହିଲେ ମୁଖ୍ୟମନ୍ତ୍ରୀ:
ଏହି ଅବସରରେ ବିଭାଗୀୟ ଅଧିକାରୀ ଓ ଭିଡିଓ କନଫରେନ୍ସିଂରେ ପୁରୀ, ବ୍ରହ୍ମୁପର ଓ ଭୁବନେଶ୍ୱରର ସହିଦନଗରରେ ଉପସସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ଆଜି ସାରା ରାଜ୍ୟର ବିଭିନ୍ନ ପୌରସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଆଜି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନ ପକ୍ଷରୁ ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଗଲା। ତା ସହିତ କଠିନ ବର୍ଜବସ୍ତୁ ପରିଚାଳନା, ମାଇକ୍ରୋ କମ୍ପୋଜିଟିଂ ସେଣ୍ଟର ପାଇଁ କାମ ଆରମ୍ଭ କରାଗଲା। ସେହିପରି ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ପୁରୀର କ୍ଷୁଦ୍ର ବେପାରୀମାନଙ୍କୁ ୧୦ ହଜାର ଟଙ୍କା ଅନଲାଇନ ଜରିଆରେ ପ୍ରଦାନ କରାଗଲା। ଏଥିପାଇଁ ମୁଁ ବହୁତ ଖୁସି।

 ୪୮ ଘଣ୍ଟା ମଧ୍ୟରେ ଅନୁମୋଦନ ହେବ ଘର ନକ୍ସା:
• ଏହି ପ୍ରକ୍ରିୟା ମାଧ୍ୟମରେ ୮୦ ଭାଗ ଜନସାଧାରଣ ସହଜରେ ଘର ନକ୍ସା ଅନୁମୋଦନ କରିପାରିବେ।
• ପ୍ଲଟ ଏରିଆ ୫ଶହ ବର୍ଗ ମିଟରରୁ କମ ହୋଇଥିବ
• ଉଚ୍ଚତା ୧୦ମିଟରରୁ କମ୍ ହୋଇଥିବା ଦରକାର
• ପ୍ଲଟ କୌଣସି ପୂର୍ବ ଅନୁମୋଦିତ ଲେ’ଆଉଟ୍ କିମ୍ବା କୌଣସି ସରକାରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବ।
• ତେବେ ଆବେଦନକାରୀ ଯେଉଁମାନଙ୍କର ସ୍ଥିରୀକୃତ ଆକାରର ପ୍ଲଟ ନଥିବା ମାତ୍ର ଲୋ-ରିସ୍କ ଘର ପାଇଁ ଯୋଗ୍ୟ ହେଉଥିବେ, ସେମାବେ ନିୟମିତ ପ୍ରକ୍ରିୟାରେ ଆବେଦନ କରିପାରିବେ। ଯେଉଁମାନଙ୍କର ସ୍ଥିରୀକୃତ ଆକାରରେ ପ୍ଲଟ୍ ଥିବ, ସେମାନେ ଇଚ୍ଛାମତେ ନିୟମିତ ପ୍ରକ୍ରିୟାରେ ମଧ୍ୟ ଆବେଦନ କରିପାରିବେ।

ୱାର୍ଡ କାର୍ଯ୍ୟାଳୟର ଉଦ୍ଦେଶ୍ୟ:
ସଫେଇ, ଡ୍ରେନେଜ ଓ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତରେ ତୃଣମୂଳ ସ୍ତରରେ ତଦାରଖ ଏବଂ ଅନୁଶୀଳନ କରିବା। ମହାନଗର ନିଗମ ଅଧିନସ୍ଥ ଭିତ୍ତିଭୂମି ତଥା ରାସ୍ତା, ନାଳ,ଷ୍ଟ୍ରିଟ୍ ଲାଇଟ୍, ପାର୍କ, ପାର୍କିଂସ୍ଥାନ ଏବଂ ଭେଣ୍ଡିଂ ଜୋନ ଆଦିର ବିକାଶ ଏବଂ ରକ୍ଷଣବେକ୍ଷଣ କରିବା। ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ଯଥା ପେନସନ ପ୍ରଦାନ, ଜନ୍ମ, ମୃତ୍ୟୁ ଏବଂ ବିବାହ ଆଦିର ପଂଜିକରଣ ତଥା ଆହୁରୀ ଅନେକ କାର୍ଯ୍ୟକ୍ରମକୁ ସୁଗମ କରାଇବା ସହ ଅଭିଯୋଗ ଶୁଣାଣିକୁ ଆହୁରୀ ଫଳପ୍ରଦ ଏବଂ ତ୍ୱରିତ କରାଇବା। ସେହିଭଳି ରାଜସ୍ୱ ଆଦାୟକୁ ବି ଆହୁରୀ ବ୍ୟାପକ ଏବଂ ଦକ୍ଷ କରାଇବା ଯଥା ହୋଲଡିଂ, ଟ୍ୟାକ୍ସ, ବିଜ୍ଞାପନ, ୟୁଜର ଫି ଆଦାୟ ଏବଂ ଟ୍ରେଡ ଲାଇସେନ୍ସ ଇତ୍ୟାଦିକୁ ପରିବ୍ୟାପ୍ତ କରାଇବା ହେଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

Comments are closed.