Odisha Link
Bridging the Missing Links in Odisha

ରାଜ୍ୟ ସରକାର ବଢ଼ାଇଲେ ଆଧାର ସହ ରାସନକାର୍ଡ ଲିଙ୍କ୍ ଅବଧି

ଭୁବନେଶ୍ବର: ପୁଣିଥରେ ବଢ଼ିଲା ରାସନ୍‌ କାର୍ଡ଼ ସହ ଆଧାର ଲିଙ୍କର ସମୟସୀମା। ଏହି ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ୍ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଫଳରେ ଯେଉଁମାନେ ଆଧାର ଲିଙ୍କ କରିପାରିନଥିଲେ, ସେମାନେ ନିଜ ନିଜ ଆଧାର ଏଣିକି ଲିଙ୍କ୍ କରିପାରିବେ। ଏହି ଘୋଷଣା ପରେ ଆଶ୍ୱସ୍ତ ହୋଇଛନ୍ତି ଅନେକ ହିତାଧିକାରୀ।

ରାଜ୍ୟରେ ୬ ଲକ୍ଷ ୫୦ ହଜାର ଭୂତ ରାସନକାର୍ଡ଼ଧାରୀ ଖାଦ୍ୟଶଷ୍ୟ ଉଠାଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ପ୍ରକୃତ ହିତାଧିକାରୀ ଚୟନ ପାଇଁ ରାସନ୍‌କାର୍ଡ ସହିତ ଆଧାର ଲିଙ୍କ କରିବା ପାଇଁ ଘୋଷଣା କରିଛନ୍ତି। ହିତାଧିକାରୀଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେବା ସହିତ ମାଇକ୍‌ରେ ପ୍ରଚାର କରାଯାଇଛି। ଏହା ସତ୍ତ୍ୱେ କେତେକ ହିତାଧିକାରୀ ଆଧାର ଲିଙ୍କ କରିନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ରାଜ୍ୟ ସରକାର ଏହାର ଅବଧି ବଢ଼ାଇଛନ୍ତି।

Comments are closed.