Odisha Link
Bridging the Missing Links in Odisha

ଘରେ ଆତ୍ମହତ୍ୟା କଲେ ଛାତ୍ରୀ

ପାରାଦୀପ: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅଞ୍ଚଳର ଏକ ଗାଁରେ ଜଣେ କଲେଜ ଛାତ୍ରୀ ରବିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଲୋକଲଜ୍ଜ୍ୟାରୁ ବଞ୍ଚିବା ପାଇଁ ଏପରି କରାଯାଇଥାଏ ବୋଲି ସୂଚନା ରହିଛି। ଛାତ୍ରୀଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। କିଛି ଦିନ ପୂର୍ବରୁ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ।

ସ୍ଥାନୀୟ ଏକ କଲେଜରେ ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷ ପଢୁଥିଲେ। ଗତ ୨୪ ତାରିଖରେ କଲେଜ ଯିବା ବାଟରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଛାତ୍ରୀଙ୍କ ଚିତ୍କାର ଶୁଣି ପାଖ ଗାଁର ଲୋକମାନେ ଧାଇଁ ଆସି ଯୁବକଙ୍କୁ କାବୁ କରିନେଇଥିଲେ। ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଏବେ ଜେଲ୍‌ରେ ଅଛି।

ଏହି ଘଟଣାରେ ସମ୍ପୃକ୍ତ ଯୁବକ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। କିନ୍ତୁ ଏହି ଘଟଣା ପରଠୁ ମାନସିକ ଦୁଶ୍ଚିନ୍ତାରେ ରହିଥିବା ଛାତ୍ରୀଜଣକ ଶେଷରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଉଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବି଼ଷୟ ହୋଇଛି।

ମାତ୍ର ସେଦିନର ଘଟଣା ଛାତ୍ରୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ସେବେଠାରୁ ମାନସିକ ଦୁଶ୍ଚିନ୍ତାରେ ରହୁ୍ଥିବା ଛାତ୍ରୀ ଲୋକଲଜ୍ଜା ସହି ନପାରି ରବିବାର ଅପରାହ୍ନରେ ଘରେ କେହି ନ ଥିବା ସୁଯୋଗରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ଏତଲା କ୍ରମେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ ଆଉ ଏକ ମାମଲା ରୁଜୁ କରିଛି।

Comments are closed.