Odisha Link
Bridging the Missing Links in Odisha

ମାନସିକ ବିକୃତ ବାପାର ନାରକୀୟ କାଣ୍ଡ

ଉଦଳା : ଜଣେ ମାନସିକ ବିକୃତ ବାପା ନାରକୀୟ କାଣ୍ଡ ଘଟାଇଛି। ୬ବର୍ଷର ପୁଅକୁ ବିଲରେ କଚାଡି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କପ୍ତିପଦା ଶରତ ଥାନା ଲାବଣ୍ୟଦେଇପୁରରେ। ମୃତ ଶିଶୁ ପୁତ୍ରର ନାଁ ହେଉଛି ସର୍ଦାର ସିଂ ହେମ୍ବ୍ରମ।
ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବିଲ ନିକଟରେ ଗୋରୁ ବାନ୍ଧିବାକୁ ନେଇ ଝଗଡା ହେବା ପରେ ଘରକୁ ଫେରିଥିଲା ମଧୁ ସିଂ ହେମ୍ବ୍ରମ। ଘରକୁ ଫେରିବା ପରେ ତାର ପୁଅ ସର୍ଦାର ସିଂ ହେମ୍ବ୍ରମ କାନ୍ଦୁଥିଲା। ପୁଅ କଣ ପାଇଁ କାନ୍ଦୁଛି କହି ବାପା ମଧୁ ତାକୁ ଏକ ପଥରରେ କଚାଡି ମାରି ଦେଇଥିଲା। ପୁଅକୁ ମାରିବା ପରେ ତାକୁ ଘର ପୋଖରୀରେ ବୁଡେଇ ଥିଲା। ପରେ ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଥିବାବେଳେ ପୋଲିସ ତାକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.