Odisha Link
Bridging the Missing Links in Odisha

ପାକିସ୍ତାନର ପୂର୍ବ ରାଷ୍ଟ୍ରଦୂତ ପର୍ଣ୍ଣ ଷ୍ଟାରଙ୍କ ଫଟୋକୁ କଲେ ରିଟୁଇଟ୍, କହିଲେ କଶ୍ମୀର ଉପରେ…..

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରଠୁ ବାଉଳି ହେଉଛି ପାକିସ୍ତାନ। ଭାରତକୁ ବଦନାମ କରିବା ପାଇଁ ବହୁତ ଉପାୟ ଆପଣାଉଛି ପାକିସ୍ତାନ। ବିଭିନ୍ନ ପ୍ରକାର ମନ୍ଦ ଉଦ୍ଦେଶ୍ୟ ଆପଣେଉଛି ପାକିସ୍ତାନ। ହେଲେ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ଧରାପଡ଼ିଛି। ଆଉ ଏହାର ଏକ ଉଦାହରଣ ଏବେ ଖୁବ୍‌ ଚର୍ଚ୍ଚାରେ। ଭାରତରେ ଅବସ୍ଥାପିତ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବସିତ କଶ୍ମୀର ପ୍ରସଙ୍ଗରେ କରିଥିବା ଏକ ରିଟୁଇଟରୁ ଏହା ଜଣାପଡ଼ିଛି। ଯାହାକି ଅବଦୁଲ ବସିତଙ୍କ ଜ୍ଞାନଗାରିମା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।

ବସିତ ଅମର ନାମକ ଟୁଇଟର ଆକାଉଣ୍ଟ ଧାରୀ ଯେଉଁ ରିଟୁଇଟ୍ କରିଛନ୍ତି ସେଥିରେ ଜଣେ ପର୍ଣ୍ଣ ଷ୍ଟାରଙ୍କୁ କଶ୍ମୀର ଯୁବକ ୟୁସୁଫ୍ ବୋଲି ଉଲ୍ଲେଖ ରହିଥିଲା। ତାଙ୍କ ଘର ଅନନ୍ତନାଗର, ପେଲେଟ ଗୁଳିର ଶିକାର ହୋଇ ଯୁବକ ଜଣଙ୍କ ଦୃଷ୍ଟି ଶକ୍ତି ହରାଇଛି। ଏହା ବିରୋଧରେ ସ୍ୱର ଉତ୍ତୋଳନର ଆବଶ୍ୟକ ରହିଛି ବୋଲି ଉଲ୍ଲେଖ ରହିଛି।

ଏହାପରେ ବସିତଙ୍କ ଏହି ଭୁଲକୁ ତାଙ୍କରି ଦେଶର ମହିଳା ସାମ୍ୱାଦିକ ନଲିଆ ଇନାୟତ ଟୁଇଟ୍ କରି କହିଛନ୍ତି ପୂର୍ବତନ ରାଷ୍ଟ୍ରଦୂତ ଜାନି ସିନ୍ସ( ପର୍ଣ୍ଣ ଷ୍ଟାର)ଙ୍କୁ କଶ୍ମୀର ପୀଡ଼ିତ ବୋଲି ବୁଝିଛନ୍ତି। ଏହାପରେ ବାସିତ୍ ସେ କରିଥିବା ରିଟୁଇଟକୁ ଡିଲିଟ୍ କରି ଦେଇଛନ୍ତି।

ଜମ୍ମୁ କଶ୍ମୀରରୁ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତେଜିଛି। ଭାରତ କଶ୍ମୀରକୁ ନିଜର ଅନ୍ତରୀଣ ପ୍ରସଙ୍ଗ କହୁଥିବା ବେଳେ ସାମ୍ୱିଧାନିକ ଭାବରେ ପାକିସ୍ତାନ କହିବାର କୌଣସି ଅଧିକାର ନାହିଁ ବୋଲି କହିଛି। ହେଲେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ଭାରତକୁ ବଦନାମ କରିବା ପାଇଁ ଅନେକ ଷଡ଼ଯନ୍ତ୍ର କରୁଛି।

Comments are closed.