Odisha Link
Bridging the Missing Links in Odisha

ଗଙ୍ଗୁଆ ନାଳ ନିକଟରେ ଜମି ଜବରଦଖଲ ଉଚ୍ଛେଦକୁ ବିରୋଧ

ଭୁବନେଶ୍ବର : ଗଙ୍ଗୁଆ କୂଳରେ ଲିଙ୍ଗରାଜଙ୍କ ଜମିରୁ ଜବରଦଖଲ ଉଚ୍ଛେଦ ଦାବିରେ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ ହୋଇଛି। ଏଥିଲାଗି ପ୍ରଶାସନକୁ ଦାୟୀ କରି ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ନୀତି ବନ୍ଦ କରିଛନ୍ତି। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ପୂଜାପଣ୍ଡା ନିଯୋଗ ଅଭିଯୋଗ କରିଛି, କିଛି ଲୋକ ମନ୍ଦିର ଜମିକୁ ହଡପ କରିଛନ୍ତି। ନୂଆଁଗାଁ ମୌଜା ଗଙ୍ଗୁଆ ନାଳ ପାଖରେ ଜମିକୁ ଜବରଦଖଲ କରାଯାଇଛି। ସକାଳୁ ଏଯାଏଁ ନୀତିକାନ୍ତି ବନ୍ଦ ରହିଛି। ଏଥିଲାଗି ଲିଙ୍ଗରାଜ ମହାପ୍ରଭୁ ଆଜି ଉପବାସରେ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ଏହି ଜମି ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଦାୟୀ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ପ୍ରଶାସନାର ଅବହେଳା ହେତୁ ଜବରଦଖଲ କାମ ବଢ଼ିଚାଲିଛି ଏବଂ ସେମାନଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଗତକାଲି ଜବରଦଖଲକାରୀମାନେ ମନ୍ଦିରର ପ୍ରଶାସକ ପ୍ରଦୀପ କୁମାର ସାହୁଙ୍କୁ ହତ୍ୟା ଧମକ ଦେଇଥିବା ଜଣାଯାଇଛି।

Comments are closed.