Odisha Link
Bridging the Missing Links in Odisha

ବିରାଟଙ୍କ ପାଇଁ ଶୁଭ ଓ୍ବେଷ୍ଟଇଣ୍ଡିଜ ଗସ୍ତ, ଜାଣନ୍ତୁ କଣ ପାଇଁ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସର୍ବଦା ସଫଳ ରହିଛି। ବିଶେଷକରି ଟେଷ୍ଟ ଫର୍ମାଟରେ ବିରାଟଙ୍କ ଭଲ ରେକର୍ଡ଼ ରହିଛି। ଗତକାଲି ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ ୨-୦ରେ ବିଜୟୀ ହୋଇଛି। ଏହାପୂର୍ବରୁ ଭାରତୀୟ ଟିମ୍‌ ଓେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜକୁ ଜିତି ନେଇଛି।

ଟିମ୍‌ ଇଣ୍ଡିଆ ପାଇଁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଯେତିକି ଭଲ ଥିଲା, ତାଠୁ ଅଧିକ ଅଧିନାୟକ ବିରାଟଙ୍କ ପାଇଁ ରହିଛି। ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ନକରି ମଧ୍ୟ ସବୁଆଡ଼େ ଚର୍ଚ୍ଚାରେ ବିରାଟ। କାରଣ ବିରାଟ ଗୋଟିଏ ପରେ ଗୋଟିଏ ରେକର୍ଡ଼ ନିଜ ନାମରେ କରିବାକୁ ଲାଗିଛନ୍ତି। ବିରାଟ ଏହି ସିରିଜ୍‌ ଜିତି ଟେଷ୍ଟ କ୍ରିକେଟରେ ସଫଳ ଭାରତୀୟ ଅଧିନାୟକ ରେକର୍ଡ଼ ନିଜ ନାମରେ କରିଛନ୍ତି ବିରାଟ। ଏହି ମାମଲାରେ ପୂର୍ବତନ ଟେଷ୍ଟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି ବିରାଟ।

ବିରାଟ କୋହଲି ୨୦୧୧ ମସିହାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ମାଟିରା ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ସବିନା ପାର୍କ ଗ୍ରାଉଣ୍ଡରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ବିରାଟ ସେହି ସମାନ ଗ୍ରାଉଣ୍ଡରେ ରଚିଛନ୍ତି ରେକର୍ଡ଼। ଟେଷ୍ଟ ପଦାର୍ପଣର ୮ବର୍ଷ ପରେ ସମାନ ଗ୍ରାଉଣ୍ଡରେ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ବିଜୟୀ ଭାରତୀୟ ଅଧିନାୟକ ଭାବେ ନିଜ ନାମରେ ରେକର୍ଡ଼ କରିଛନ୍ତି। ଏହାସହିତ ୨୦୧୬ ମସିହାରେ ଓ୍ବେଷ୍ଟଣ୍ଡିଜ ଗସ୍ତରେ ବିରାଟ ତାଙ୍କ ଟେଷ୍ଟ କ୍ୟାରିୟର ପ୍ରଥମ ଦ୍ବିଶତକ ନିଜ ନାମରେ କରିଥିଲେ।

ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟଙ୍କ ସଫଳତା:
୨୦୧୧: ଟେଷ୍ଟ ମ୍ୟାଚରେ ଡେବ୍ୟୁ
୨୦୧୬: ଟେଷ୍ଟ ମ୍ୟାଚରେ ପ୍ରଥମ ଦ୍ବିଶତକ
୨୦୧୯: ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ମ୍ୟାଚ ବିଜୟୀ ହୋଇଥିବା ଭାରତୀୟ ଅଧିନାୟକ

Comments are closed.