Odisha Link
Bridging the Missing Links in Odisha

ବଲିଉଡରେ ପାଦ ଥାପିଲେ ମିସ୍ ୱର୍ଲ୍ଡ ମାନୁଷୀ ଚିଲ୍ଲର

ଭୁବନେଶ୍ବର:  ମିସ୍ ୱର୍ଲ୍ଡ ମାନୁଷୀ ଚିଲ୍ଲରଙ୍କୁ ନେଇ ଚାଲିଛି  ଚର୍ଚ୍ଚା।  ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ସିନେମାରେ  ‘ପୃଥ୍ୱୀରାଜ ଚୌହାନ’ରେ ମାନୁଷୀ ଚିଲ୍ଲରଙ୍କୁ ଲିଡ୍ ରୋଲ୍ ରେ ନବାପାଇଁ  ନିଷ୍ପତ୍ତି ହୋଇସାରିଛି।  ଏହି ସିନେମାରେ’ପୃଥ୍ୱୀରାଜ୍ ଚୌହାନ’ଙ୍କ ଭୂମିକାରେ ଅକ୍ଷୟ କୁମାର  ଅଭିନୟ କରିଥିବାବେଳ,  ଖଳନାୟକ ମହମ୍ମଦ ଘୋରିଙ୍କ ଭୂମିକାରେ ମାନବ ବିଜ୍ ଅଭିନୟ କରିବେ। ଏହି ସିନେମାରେ ରାଜା ପୃଥ୍ୱୀରାଜ ଚୌହାନଙ୍କର ପରାକ୍ରମ ସହ ତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ।

ରାଜା ପୃଥ୍ୱୀରାଜଙ୍କର ୪ ଜଣ ରାଣୀ ଥିଲେ, ହେଲେ ଏହି ସିନେମାରେ କେବଳ ୨ ଜଣ ରାଣୀଙ୍କୁ ଦେଖିବାକୁ ମିଳିବ। ରାଣୀ ସଂଯୋଗୀତାଙ୍କ ଚରିତ୍ରରେ ମାନୁଷୀ ଚିଲ୍ଲର ଅଭିନୟ କରିବେଓ ଅନ୍ୟ ରାଣୀଙ୍କ ଭୂମିକାରେ ଅଭିନୟ ପାଇଁ ଜଣେ ଟେଲି ଅଭିନେତ୍ରୀଙ୍କୁ ନିଆଯିବ ।ଏଥିରେ  ଦ୍ୱିତୀୟ ରାଣୀଙ୍କର ମାତ୍ର ଚାରି ପାଞ୍ଚଟି ସିନ୍ ରହିବ। ଏହି ସିନେମାଟି ରାଜସ୍ଥାନ ଓ ଉତ୍ତର ଭାରତର କିଛି ରାଜ୍ୟରେ  ଶୁଟିଂ କରାଯିବ।