ବିଦ୍ୟୁତ ଆଘାତରେ ସ୍ୱାମୀ ସ୍ତ୍ରୀ ମୃତ

ଭୁବନେଶ୍ୱର: ଏମିତି ଦୁଃଖ ଖବର ଶୁଣି ଯେକେହିବି ସ୍ତବ୍ଧ ହୋଇଯିବ। ଗାଧୁଆ ପାଧୁଆ ସାରି ସକାଳୁ ଲୁଗା ଶୁଖାଉଥିଲେ ପତ୍ନୀ। ହେଲେ ଅସାବଧାନତା କାରଣରୁ ସେ ବିଜୁଳି ସଂସ୍ପର୍ଶରେ ଆସି ଯାଇଥିଲେ। ଲୁଗା ସହ ସେ ବିଜୁଳି ଝଟକାରେ ଥରୁଥିଲେ। ଏକଥା ଦେଖିପାରି ତାଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଚାଲି ଆସିଥିଲେ। କ’ଣ କରିବେ କିଛି ବୁଦ୍ଧିବାଟ ଦିଶିନଥିଲା। ପତ୍ନୀଙ୍କୁ ରକ୍ଷା କରିବା ପାଇଁ ସେ ଠେଙ୍ଗା ଧରି ଛଡ଼ାଇବାକୁ ଲାଗିଥିଲେ। କିନ୍ତୁ ଠେଙ୍ଗାରେ ଛଡ଼ାଉ ଛଡ଼ାଉ ସେ ବି ବିଜୁଳି ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ବିଜୁଳି ଆଘାତରେ ଉଭୟଙ୍କ ମୃତୁ୍ୟ ହୋଇଥିଲା। ଲୋଇସିଂହା ଥାନା ଆଗଲପୁର ଗାଁରେ ଏମିତି ଅଘଟଣ ଘଟିଛି। ତେବେ ଗତକାଲି ସଂଧ୍ୟାରୁ ଏଇ ଘଟଣା ଘଟିଥିବାବେଳେ ଉଭୟଙ୍କ ମୃତ ଦେହ ଡାକ୍ତରଖାନାରେ ପଡ଼ିରହିଛି। ଡାକ୍ତରଖାନାରେ ପ୍ରଶାସନିକ ଅଧିକାରୀ ପହଁଚିନଥିବାରୁ ଜନ ଅସନ୍ତୋଷ ପରିଲକ୍ଷିତ ହୋଇଛି।