Odisha Link
Bridging the Missing Links in Odisha

ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ ହେଉ

ପୁରୀ: କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ କରାଯିବା ଦରକାର। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ଘଟଣାରେ ଏହା କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଚରଣ ଦାସମହାପାତ୍ର।
ସେ କହିଛନ୍ତି ଯେ, ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରଭୁଙ୍କ ନୀତିକାନ୍ତି ସହ ସମ୍ପୃକ୍ତ। ଦୂରରେ ଥଇଥାନ କରାଗଲେ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହେବ। ସେମାନଙ୍କୁ ବିପଦସଙ୍କୁଳ ଘୋଷଣା ନଥିବା ମଠରେ ଥଇଥାନ କରାଯାଉ। ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ପ୍ରଶାସନ ଥଇଥାନ ବ୍ୟବସ୍ଥା କରୁ। ତୁରନ୍ତ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କ ଥଇଥାନକୁ ଗୁରୁତ୍ୱ ଦିଆଯାଉ ବୋଲି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଚରଣ ଦାସମହାପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଉଚ୍ଛେଦ ନେଇ ନିଖିଳ ଉକ୍ରଳ ମଠାଧିଶ ସେବା ସଂଘ ପକ୍ଷରୁ କୁହାଯାଇଛି ଯେ, ମଠ କେବଳ ବିଜେସ୍ଥଳୀ ବା ଗାଦିସ୍ଥଳୀ ନୁହେଁ, ଏକ ଧାର୍ମିକ ପ୍ରାଣକେନ୍ଦ୍ର। ଗୋଟିଏ ସ୍ଥାନରେ ମହନ୍ତ ଓ ଆଉ ଗୋଟିଏ ସ୍ଥାନରେ ମଠ ରହିପାରିବନି ବୋଲି ନିଖିଳ ଉକ୍ରଳ ମଠାଧିଶ ସେବା ସଂଘ ପକ୍ଷରୁ କୁହାଯାଇଛି।

Comments are closed.