Odisha Link
Bridging the Missing Links in Odisha

ଗୁରୁ ଦିବସରେ କୋରାପୁଟ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ଗୁରୁ ଦିବସରେ ଓଡ଼ିଶାର ଗୁରୁଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି। ବୋରିଗୁମ୍ମା ବ୍ଲକ ଖଟଲାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଚଳିତ ବର୍ଷ ଜାତୀୟ ଉତ୍ତମ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି।

ଚଳିତ ବର୍ଷ ପାଇଁ ଜାତୀୟ ସ୍ତରରେ ଓଡିଶାରୁ ସେ ଉତ୍ତମ ଶିକ୍ଷକ ଭାବେ ସମ୍ମାନିତ ହୋଇଥିବାରୁ ଏହା ଗର୍ବର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଖ୍ୟାତି ରହିଛି। ତାଙ୍କର ଉଦ୍ୟମ ଫଳରେ ଖଟଲାଗୁଡା ସମେତ ଆଖପାଖର ଅନେକ ଗ୍ରାମର ପିଲାମାନେ ଏହି ବିଦ୍ୟାଳୟରେ ପଢିବା ପାଇଁ ଆଗ୍ରହ ଦେଖାଉଛନ୍ତି। ପୂର୍ବରୁ ସେ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଓ ରାଜ୍ୟ ସ୍ତରୀୟ ଉତ୍ତମ ଶିକ୍ଷକ ପୁରସ୍କାର ପାଇଥିବା ଜଣାପଡିଛି।

Comments are closed.