Odisha Link
Bridging the Missing Links in Odisha

ମୋଟର ଯାନ ଆଇନକୁ ନାପସନ୍ଦ କଲେ ମନ୍ତ୍ରୀ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଦେଶବ୍ୟାପୀ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ସବୁଆଡ଼େ ଧରପଗଡ଼ ଚାଲିଛି। ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା। ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ ଉଠିଲାଣି ବିରୋଧର ସ୍ୱର। ଖାଲି ଜନସାଧାରଣ ଏହି ଆଇନକୁ ନାପସନ୍ଦ କରୁଛନ୍ତି ତାହା ନୁହେଁ ମନ୍ତ୍ରୀମାନେ ମଧ୍ୟ ଏହାକୁ ନାପସନ୍ଦ କରୁଛନ୍ତି। ସେ ହେଉଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ଆଇନରେ ଅସଙ୍ଗତି ଥିବା କହି ମନ୍ତ୍ରୀ ଶ୍ରୀ ସିଂ ଏହାକୁ ନାପସନ୍ଦ କରିଛନ୍ତି।
ସେ କହିଛନ୍ତି ଯେ, ବାଇକଲେ ଗଲେ ଯେତିକି ଜୋରିମାନା, ୫୦ ଲକ୍ଷ ଗାଡ଼ିରେ ଗଲେ ବି ସେତିକି ଜୋରିମାନା। ଲୋକେ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତା ଠାରୁ ଅର୍ଦ୍ଧାଧିକ ଜୋରିମାନା ପଡ଼ୁଛି। ଲୋକଙ୍କୁ ପ୍ରଥମେ ସତର୍କ ସୂଚନା ଦେଇ ପରେ ଆଇନକୁ ଲାଗୁ କରିବା କଥା। ଗରିବ ଲୋକ ଆଉ ଗାଡ଼ି ଚଳାଇ ପାରିବେ ନାହିଁ। ଆଇନକୁ ତର୍ଜମା କରି ଜୋରିମାନା କରିବା କଥା ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।

Comments are closed.