Odisha Link
Bridging the Missing Links in Odisha

ବିଷ ପିଇ ମା, ପୁଅ ମୃତ

ମାଲକାନଗିରି: ୨ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା’। ଏଭଳି ଏକ ଅଭାବନ ଘଟଣା ଘଟିଛି କାଲିମେଳା ଥାନା ତେଲରାଇ ଗ୍ରାମରେ। ତେବେ ମା ଓ ୫ ବର୍ଷର ପୁଅର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ୪ ବର୍ଷର ପୁଅର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତ ମହିଳାଙ୍କ ସ୍ୱାମୀ ଗତ ୪ ବର୍ଷ ତଳେ ମୃତୁ୍ୟବରଣ କରିଥିଲେ। ମହିଳାଙ୍କ ୪ଟି ପିଲା ମଧ୍ୟରୁ ୨ ଜଣ ହଷ୍ଟେଲରେ ରହି ପଢୁଛନ୍ତି। ଘରେ ୨ ଛୋଟ ପୁଅଙ୍କୁ ନେଇ ମୃତ ମୁକା ପଡ଼ିଆମୀ ରହୁଥିଲେ। ତେବେ ଦାରିଦ୍ର୍ୟତା ଯୋଗୁଁ ସେ ବିଷ ପିଇଥିବା ପଡେ଼ାଶୀ ସନେ୍ଦହ କରୁଛନ୍ତି।

Comments are closed.