Odisha Link
Bridging the Missing Links in Odisha

ସକାଳ ୮ଟାରେ ଇସ୍ରୋ ସେଣ୍ଟରରୁ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିବେ ମୋଦି

ବେଙ୍ଗାଲୁରୁ: ବିକ୍ରମ ଲ୍ୟାଣ୍ଡରଠାରୁ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଗଲା। ଏନେଇ ଇସ୍ରୋ ମୁଖ୍ୟ କେ ଶିବନ୍ ସୂଚନା ଦେଇଥିଲେ, ଲ୍ୟାଣ୍ଡର ବିକ୍ରମ ସହ ସଂଯୋଗ ବିଚ୍ଛନ୍ନ ହୋଇଛି ଏବଂ ବର୍ତ୍ତମାନ ମିଳିଥିବା ଡାଟା ଆନାଲିସିସ୍‌ କରିବାର ପ୍ରୟାସ କରାଯାଉଛି। ବର୍ତ୍ତମାନ ମୋଦି ଇସ୍ରୋ ସେଣ୍ଟରରୁ ବାହାରିଯାଇଛନ୍ତି, କିନ୍ତୁ ଇସ୍ରୋ ମୁଖ୍ୟ ଶିବନ୍‌ କମାଣ୍ଡ ଦିଆଯାଉଥିବା ସ୍ଥାନ ଛାଡ଼ିନାହାନ୍ତି। ଏଥିସହିିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୮ଟାରେ ଇସ୍ରୋର କଣ୍ଟ୍ରୋଲ ରୁମରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଇସ୍ରୋ ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେବା ସହ ମୋଦି କହିଛନ୍ତିଯେ, ଏହା କୌଣସି ଛୋଟ ଉପଲବ୍ଧି ନୁହେଁ। ଜୀବନରେ ଉତ୍ଥାନ୍ ପତ୍ତନ ଲାଗି ରହିଥାଏ। କେତେବେଳେ ସଫଳତା ମିଳେ, କେତେବେଳେ ବିଫଳତା ମିଳେ। ଆପଣଙ୍କ କଠିନ ପରିଶ୍ରମକୁ ନେଇ ପୂରା ଦେଶ ଗର୍ବିତ। ଆପଣ ମାନେ ବିଜ୍ଞାନ ସହ ମାନବ ସମାଜ ପାଇଁ ଅନେକ ସେବା କରିଛନ୍ତି। ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ। ଆପଣଙ୍କ ସହ ମୁଁ ସବୁବେଳେ ରହିଛି। ଆଗକୁ ଭଲ ହେବ ବୋଲି ମୋର ଆଶା। ବୈଜ୍ଞାନିକଙ୍କୁ ଏଭଳି କିଛି ସାନ୍ତ୍ୱନା ଦେଇ ଇସ୍ରୋ ମୁଖ୍ୟାଳୟ ଛାଡିଥିଲେ ପ୍ରଧାନମନ୍ତ୍ରୀ।

Comments are closed.