ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ସମ୍ବଲପୁର: ସମ୍ବଲପୁରର ପୋଲିସର ପୁଣି ଏନ୍କାଉଣ୍ଟର। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର ହୋଇଛି। ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍କାଉଣ୍ଟର। ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍କାଉଣ୍ଟର। କୁଲୁଥକାନି ଧନକଉଡା ରାସ୍ତାରେ ପୋଲିସ ସହ ଗୁଳି ବିନିମୟ ହୋଇଛି। ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତ୍ରିଦେବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ତ୍ରିଦେବ ସହ ତାର ଅନ୍ୟ ୨ ସହଯୋଗୀକୁ ମଧ୍ୟ କାବୁ କରିଛି ପୋଲିସ। ଦୁଇ ସହଯାଗୀ ହେଲେ ଦୀପକ ମଣ୍ଡଳ ଓ ଅନ୍ୟ ଜଣେ ନାବାଳକ। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ମୋବାଇଲ ଫୋନ୍, ୩ଟି ସୁନା ଚେନ୍, ନଗଦ ୩୦ ହଜାର ଟଙ୍କା ଜବତ। ତ୍ରିଦେବ ନାଁରେ ଧନୁପାଲି ଓ ଅଇଁଠାପାଲି ଥାନାରେ ୮ରୁ ଅଧିକ ଫୌଜଦାରୀ ମାମଲା ରହିଛି।
Comments are closed.