Odisha Link
Bridging the Missing Links in Odisha

ପୁରୀରେ ଡବଲ୍ ଏନ୍‌କାଉଣ୍ଟର

ପୁରୀ : ପୁଣି ଆକ୍ସନରେ ପୋଲିସ୍। ପୁରୀରେ ଏନ୍‌କାଉଣ୍ଟର। ତାଳବଣିଆ ଓ ବାସେଲିସାହି ଅଞ୍ଚଳରେ ଦୁଇ ଜଣଙ୍କୁ ଏନ୍‌କାଉଣ୍ଟର କରିଛି ପୁରୀ ପୋଲିସ୍। ଏନ୍‌କାଉଣ୍ଟର ହୋଇଥିବା ଦୁଇ ଅପରାଧୀ ବିଶୁ ଓରଫ ବିଶ୍ୱ ରଞ୍ଜନ ସାହୁ ଓ ଟିକି ଓରଫ ସେୟା ମତ ଖାଁ ବୋଲି ଜଣାପଡିଛି। ଏମାନଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ରହିଥିବାବେଳେ ପୋଲିସର ୱାଂଟେଡ ତାଲିକାରେ ରହିଥିଲେ।
ଗତ ରାତିରେ ଖବର ପାଇଁ ବାସେଲିସାହି ଓ ତାଳବଣିଆରେ ଚଢ଼ାଉ କରିଥିଲା ପୋଲିସ୍। ହେଲେ ଦୁଇ ଅପରାଧି ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସର ପାଲଟା ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ବିଶୁ ମୁଖ୍ୟତଃ ନିଶା ଦ୍ରବ୍ୟ କାରବାର ସହ ଜଡିତ ଥିବାବେଳେ ଟିକି ଗ୍ୟାଙ୍ଗ କରି ସହରରେ ଅପରାଧ ଘଟାଉଥିବା ଅଭିଯୋଗ ରହିଛି।

Comments are closed.