Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ରକୁ ଏମିତି ସମ୍ମାନ! ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ

ପୁରୀ: ସ୍ୱଚ୍ଛ ଭାରତର ଆହ୍ୱାନ ଦିଆଯାଉଥିବାବେଳେ ରାସ୍ତାକଡ ଓ ପାଚେରୀ କଡରେ ପରିଶ୍ରା କରିବାର ଖରାପ ଅଭ୍ୟାସ ଏବେ ବି ଅଛି। ସ୍କୁଲ ପାଚେରୀ ହେଉ ବା କୌଣସି ଅଫିସ କାର୍ଯାଳୟର ପାଚେରୀ ନିରୋଳା ଦେଖି କିଛି ଲୋକ ଏସବୁ ଜାଗାକୁ ପରିଶ୍ରା କରିବାର ଜାଗା ବୋଲି ଭାବିନିଅନ୍ତି। ହେଲେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିରର ପାଚେରୀ ବି ବେଳେ ବେଳେ ଏଥିରୁ ବାଦପଡେନାହିଁ।
ଆଉ ଯେତେବେଳେ ଓଡିଶା ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ମେଘନାଦ ପାଚେରୀ କଥା ଆସେ, ଭକ୍ତି ଓ ଶ୍ରଦ୍ଧାରେ ମୁଣ୍ଡ ନଇଁଯାଉଥିବାବେଳେ ଏକ ଚିତ୍ର ସାମ୍ମାନକୁ ଆସିଛି।
ଏହି ବ୍ୟକ୍ତିମାନେ ଆସ୍ଥା ଓ ବିଶ୍ୱାସ ସହ ଜଡିତ ମେଘନାଦ ପାଚେରୀ କଡରେ ପରିଶ୍ରା କରୁଛନ୍ତି। ମେଘନାଦ ପାଚେରୀରୁ ଜବରଦଖଲ ଉଚ୍ଛେଦ କରି ଏହାକୁ ସୁନ୍ଦର କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ବଡଦାଣ୍ଡରୁ ଦୂରରୁ ଶ୍ରୀମନ୍ଦିର ଓ ମେଘନାଦ ପାଚେରୀ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏହାରି ଭିତରେ କିଛି ଲୋକ ପରିଶ୍ରା କରିବା ପାଇଁ ମେଘନାଦ ପାଚେରୀ କଡକୁ ପ୍ରକୃଷ୍ଟ ଜାଗା ବୋଲି ବାଛିନେଇଛନ୍ତି। ହେଲେ ପ୍ରଶାସନର ଏହା ଉପରେ ନଜର ନାହିଁ।

Comments are closed.